ପାଟକୁରା ନିର୍ବାଚନ : ବିଜୟ ଅଭିମୁଖେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ, ୧୭,୨୩୪ ଭୋଟ୍‌ରେ ଆଗୁଆ

Published By : Prameya-News7 Bureau | July 24, 2019 IST

କେନ୍ଦ୍ରାପଡା ୨୪|୭: ପାଟକୁରା ବିଧାନସଭା ଆସନରେ ବିଜେଡିର ବାଜିମାତ୍ । କେନ୍ଦ୍ରାପଡା କଲେଜର କାଉଣ୍ଟିଂ ସେଣ୍ଟର ଚାଲିଛି ଭୋଟ୍ ଗଣତି । ୧୬ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ୧୭୨୩୪ ଖଣ୍ଡ ଭୋଟ୍ ରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ଆଗୁଆ ରହିଛନ୍ତି । ଏପର୍ଯ୍ୟନ୍ତ ଗଣତି ହୋଇଥିବା ସବୁ ରାଉଣ୍ଡରେ ବିଜେଡି ଆଗୁଆ ରହିଛି ।

ପ୍ରଥମ ରାଉଣ୍ଡରେ ବିଜେଡିକୁ ୬,୭୩୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୩,୮୦୮ ଖଣ୍ଡ ଭୋଟ୍ ମିଳିଥିଲା । ସେହିପରି ଦ୍ବିତୀୟ ରାଉଣ୍ଡରେ ୫,୭୩୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୫୨୪୦ ଖଣ୍ଡ ଭୋଟ୍ ମିଳିଥିଲା । ତୃତୀୟ ରାଉଣ୍ଡରେ ବିଜେଡିକୁ ୬୪୨୫ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ମିଳିଥିଲା ୪୨୬୭ ଖଣ୍ଡ ଭୋଟ୍ । ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୬୨୫୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୪୯୮୦ ଖଣ୍ଡ ଭୋଟ୍ ମିଳିଥିଲା ।

ସେହିପରି ପଞ୍ଚମ ରାଉଣ୍ଡରେ ବିଜେଡିକୁ ୫୩୮୬ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୧୪୪ ଖଣ୍ଡ ଭୋଟ୍ ମିଳିଥିଲା । ଷଷ୍ଠ ରାଉଣ୍ଡରେ ବିଜେଡିକୁ ୬,୦୧୨ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪,୧୫୩ ଖଣ୍ଡ ଭୋଟ୍ ମିଳିଥିଲା । ସପ୍ତମ ରାଉଣ୍ଡରେ ବିଜେଡିକୁ ୫୪୨୫ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪,୧୭୧ ଖଣ୍ଡ ଭୋଟ୍ ମିଳିଥିଲା । ଅଷ୍ଟମ ରାଉଣ୍ଡରେ ବିଜେଡିକୁ ୬୧୪୭ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୦୫୭ଖଣ୍ଡ ଭୋଟ୍ ମିଳିଥିଲା । ନବମ ରାଉଣ୍ଡରେ ବିଜେଡିକୁ ୫୭୪୮ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୫୩୫୧ଖଣ୍ଡ ଭୋଟ୍ ମିଳିଥିଲା । ଦଶମ ରାଉଣ୍ଡରେ ବିଜେଡିକୁ ୫୧୮୪ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୩୦୬ଖଣ୍ଡ ଭୋଟ୍ ମିଳିଛି ।

ସେହିପରି ୧୧ତମ ରାଉଣ୍ଡରେ ବିଜେଡିକୁ ୪୯୬୮ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୫୦୯୯ଖଣ୍ଡ ଭୋଟ୍ ମିଳିଛି । ୧୨ତମ ରାଉଣ୍ଡରେ ବିଜେଡିକୁ ୫୮୦୯ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୪୯୨ଖଣ୍ଡ ଭୋଟ୍ ମିଳିଛି । ୧୩ତମ ରାଉଣ୍ଡରେ ବିଜେଡିକୁ ୫୨୪୯ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୦୦୮ଖଣ୍ଡ ଭୋଟ୍ ମିଳିଛି । ୧୪ତମ ରାଉଣ୍ଡରେ ବିଜେଡିକୁ ୪୯୨୭ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୧୬୮ଖଣ୍ଡ ଭୋଟ୍ ମିଳିଛି । ୧୫ତମ ରାଉଣ୍ଡରେ ବିଜେଡିକୁ ୪୬୪୯ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୮୯୬ଖଣ୍ଡ ଭୋଟ୍ ମିଳିଛି । ୧୬ତମ ରାଉଣ୍ଡରେ ବିଜେଡିକୁ ୫୦୧୮ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୮୭୧ଖଣ୍ଡ ଭୋଟ୍ ମିଳିଛି ।

୧୬ତମ ରାଉଣ୍ଡ ସୁଦ୍ଧା ବିଜେଡିକୁ ମୋଟ୍ ୮୯,୩୮୯ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୭୨,୧୫୫ ଖଣ୍ଡ ଭୋଟ୍ ମିଳିଛି । କଂଗ୍ରେସକୁ ୨୦୧୬ ଖଣ୍ଡ ଭୋଟ୍ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.