ପାଟକୁରା ନିର୍ବାଚନ : ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ୧୪,୮୨୭ଖଣ୍ଡ ଭୋଟ୍‌ରେ ଆଗୁଆ

Published By : Prameya-News7 Bureau | July 24, 2019 IST

କେନ୍ଦ୍ରାପଡା ୨୪|୭: ଆଜି ଆସିବ ପାଟକୁରା ନିର୍ବାଚନ ଫଳାଫଳ । କେନ୍ଦ୍ରାପଡା କଲେଜର କାଉଣ୍ଟିଂ ସେଣ୍ଟର ଚାଲିଛି ଭୋଟ୍ ଗଣତି । ୧୦ମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି । ଏପର୍ଯ୍ୟନ୍ତ ଗଣତି ହୋଇଥିବା ସବୁ ରାଉଣ୍ଡରେ ବିଜେଡି ଆଗୁଆ ରହିଛି ।

ପ୍ରଥମ ରାଉଣ୍ଡରେ ବିଜେଡିକୁ ୬,୭୩୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୩,୮୦୮ ଖଣ୍ଡ ଭୋଟ୍ ମିଳିଥିଲା । ସେହିପରି ଦ୍ବିତୀୟ ରାଉଣ୍ଡରେ ୫,୭୩୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୫୨୪୦ ଖଣ୍ଡ ଭୋଟ୍ ମିଳିଥିଲା । ତୃତୀୟ ରାଉଣ୍ଡରେ ବିଜେଡିକୁ ୬୪୨୫ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ମିଳିଥିଲା ୪୨୬୭ ଖଣ୍ଡ ଭୋଟ୍ । ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୬୨୫୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୪୯୮୦ ଖଣ୍ଡ ଭୋଟ୍ ମିଳିଥିଲା ।

ସେହିପରି ପଞ୍ଚମ ରାଉଣ୍ଡରେ ବିଜେଡିକୁ ୫୩୮୬ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୧୪୪ ଖଣ୍ଡ ଭୋଟ୍ ମିଳିଥିଲା । ଷଷ୍ଠ ରାଉଣ୍ଡରେ ବିଜେଡିକୁ ୬,୦୧୨ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪,୧୫୩ ଖଣ୍ଡ ଭୋଟ୍ ମିଳିଥିଲା । ସପ୍ତମ ରାଉଣ୍ଡରେ ବିଜେଡିକୁ ୫୪୨୫ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪,୧୭୧ ଖଣ୍ଡ ଭୋଟ୍ ମିଳିଥିଲା । ଅଷ୍ଟମ ରାଉଣ୍ଡରେ ବିଜେଡିକୁ ୬୧୪୭ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୦୫୭ଖଣ୍ଡ ଭୋଟ୍ ମିଳିଥିଲା । ନବମ ରାଉଣ୍ଡରେ ବିଜେଡିକୁ ୫୭୪୮ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୫୩୫୧ଖଣ୍ଡ ଭୋଟ୍ ମିଳିଥିଲା । ଦଶମ ରାଉଣ୍ଡରେ ବିଜେଡିକୁ ୫୧୮୪ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୩୦୬ଖଣ୍ଡ ଭୋଟ୍ ମିଳିଛି ।

ଦଶମ ରାଉଣ୍ଡ ସୁଦ୍ଧା ବିଜେଡିକୁ ମୋଟ୍ ୪୯,୦୬୦ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୬୩,୮୮୭ ଖଣ୍ଡ ଭୋଟ୍ ମିଳିଛି । କଂଗ୍ରେସକୁ ୧,୫୩୯ ଖଣ୍ଡ ଭୋଟ୍ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.