ବାତ୍ୟା ଫୋନି ଯୋଗୁଁ ଘୁଞ୍ଚିଲା ପାଟକୁରା ନିର୍ବାଚନ

Published By : Prameya-News7 Bureau | May 06, 2019 IST

ଭୁବନେଶ୍ବର ୬।୫: ବାତ୍ୟା ଫୋନି ଯୋଗୁଁ ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ମେ ୧୯ ତାରିଖରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ପାଟକୁରା ବିଧାନସଭା ପାଇଁ ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ ତାରିଖରେ ମତଗ୍ରହଣ ନିର୍ଦ୍ଧାରିତ ହୋଇଥିଲା। ତେବେ ଏପ୍ରିଲ ୨୦ ତାରିଖରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ଯୋଗୁଁ ପାଟକୁରା ବିଧାନସଭା ନିର୍ବାଚନ କାଉଣ୍ଟରମାଣ୍ଡ ହୋଇଯାଇଥିଲା। ଏହାପରେ ପୁଣି ନିର୍ବାଚନ କମିଶନ ଶେଷ ପର୍ଯ୍ୟାୟରେ ଅର୍ଥାତ୍ ମେ ୧୯ ତାରିଖରେ ନିର୍ବାଚନ ତାରିଖ ଘୋଷଣା କରିଥିଲେ। କିନ୍ତୁ ଫୋନି ବାତ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପୁଣି ଘୁଞ୍ଚାଇବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.