ପାଟକୁରା ବିଧାନସଭା ନିର୍ବାଚନ; ଅସନ୍ତୁଷ୍ଟ ନେତାଙ୍କ ମାନଭଞ୍ଜନ କଲେ ନବୀନ, ବିଜୟ କହିଲେ ଲୋକଙ୍କ ମନ ଭିତରେ ଅଛନ୍ତି ସେ

Published By : Prameya-News7 Bureau | July 08, 2019 IST

ଭୁବନେଶ୍ବର୮|୭; ପାଟକୁରା କୁ ନେଇ ଚିନ୍ତାରେ ବିଜେଡି । ଦଳ ସେଠି ଜିତିବ ବୋଲି କନଫିଡେଣ୍ଟ ତ ଅଛି କିନ୍ତୁ ଅସନ୍ତୁଷ୍ଟ ଅଡୁଆ ବଢାଇପାରନ୍ତି ବୋଲି ଛନକା ପଶିଛି । ତେଣୁ ଅସନ୍ତୁ୍ଷ୍ଟଙ୍କୁ ଡାକି ନବୀନ ଆଜି କଥା ହୋଇଛନ୍ତି । ବିଜୟ ମହାପାତ୍ର ପାଟକୁରା ସ୍ବାଭିମାନ ନାରା ଦେଇ ପ୍ରଚାର ମୈଦାନରେ ଲମ୍ଫ ଦେଇଛନ୍ତି । ତେଣୁ ସେଠି ବଡ ଲଢେଇ ହେବାକୁ ଯାଉଛି ।

{"id":131812}

କଂଗ୍ରେସ ମଧ୍ୟ ଦଳର ସବୁ ବିଧାୟକଙ୍କୁ ପଠାଇ ନିର୍ବାଚନ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଛି । ଆଜି ପାଟକୁରାର ଅସନ୍ତୁଷ୍ଟ ନେତାଙ୍କ ସହ ନବୀନଙ୍କ ଆଲୋଚନା ନେଇ ବିଜୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ନବୀନ ଅସନ୍ତୁଷ୍ଟଙ୍କୁ ମନେଇ ପାରିବେ ନାହିଁ । କାରଣ ଲୋକଙ୍କ ମନ ଭିତରେ ସେ ଅଛନ୍ତି । ବିଜେଡିର ସବୁ ଷଡଯନ୍ତ୍ର ପଣ୍ଡ ହେବ ବୋଲି ସେ କହିଛନ୍ତି ।

{"id":131808}

ପାଟକୁରା ନିର୍ବାଚନ ପାଇଁ ଛକାପଞ୍ଝା । ବିଜେଡିର ବସୁଛି ଘନଘନ ବୈଠକ । ଗ୍ରାଉଣ୍ଡ ଜିରୋରେ ବିଜେଡିର ଡଜନ ଡଜନ ମନ୍ତ୍ରୀ ଓ ବିଧାୟକ ଡେରା ପକାଇଥିବା ବେଳେ ନବୀନ ନିବାସରେ ବି ଚାଲିଛି ସମାନ୍ତରାଳ ମାନସ ମନ୍ଥନ । ଏବେ ବିଜେଡି ପାଇଁ ବିରୋଧି ଯେତିକି ଟେନସନ ନୁହଁନ୍ତି, ଦଳର ସ୍ଥାନୀୟ ଅସନ୍ତୁଷ୍ଟ ନେତା ଅଧିକ ମୁଣ୍ଡବିନ୍ଧା ବଢାଉଥିବା ନେଇ ଚର୍ଚା ଜୋର ।

{"id":131809}

ସେଥିପାଇଁ ଅସନ୍ତୁଷ୍ଟଙ୍କୁ ଖୁସ୍ କରିବାକୁ ଆଜି ନବୀନ ନିଜେ ସେମାନଙ୍କୁ ନବୀନ ନିବାସ ଡାକି ଆଲୋଚନା କରିଛନ୍ତି । ଦଳ ଆକଳନ କରୁଛି ଅସନ୍ତୁଷ୍ଟ ଗଡବଡ ନକଲେ  ୩୦ ରୁ ୪୦ ହଜାର ଭୋଟରେ ବିଜେଡି ପ୍ରାର୍ଥି ସାବିତ୍ରୀ ଅଗ୍ରଓାଲ ଜିତିବେ । କେନ୍ଦ୍ରାପଡା ଲୋକସଭା ନିର୍ବାଚନ ଫଳ ଆଧାରରେ ଦଳ ଏଭଳି ଆକଳନ କରୁଛି । ସେଥିପାଇଁ ବହୁ ମନ୍ତ୍ରୀ ଓ ବିଧାୟକଙ୍କୁ ବ୍ଲକ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ଦାୟିତ୍ବ ଦିଆସରିଛି । ଏବେ ଅସନ୍ତୁଷ୍ଟଙ୍କୁ ମନେଇବା ଚାଲିଛି ।

{"id":131810}

କେବଳ ଯେ ବିଜେଡି ନେତା ଓ ମନ୍ତ୍ରୀ ପାଟକୁରାରେ ଡେରା ପକାଇଛନ୍ତି ତା ନୁହେଁ । ବିଜେ୍ପି ଓ କଂଗ୍ରେସ ବି ପାଟକୁରାକୁ ନେଇ ସିରିୟସ । ବିଜେପି ପ୍ରାର୍ଥି ବିଜୟ ମହାପାତ୍ର ବିଜେଡିକୁ ବଡ ଫାଇଟ ଦେବେ ବୋଲି କୁହାଯାଉଛି । ଯେହେତୁ ବିଜୟ ମହାପାତ୍ରଙ୍କ ନିଜ ଘର ପାଟକୁରା ନିର୍ବାଚନ ମଣ୍ଡଳୀରେ ସେଥିପାଇଁ ସେ ମାଟିର ପୁଅ ଏବଂ ପାଟକୁରା ସ୍ବାଭିମାନ ନାରା ଦେଇ ଲୋଙ୍କ ପାଖକୁ ଯାଉଛନ୍ତି । ଦେଖିବାକୁ ଗଲେ ସେଠି ନିର୍ବାଚନ ଲଢୁଥିବା ୩ ଦଳର ଚେହେରାଙ୍କ ଭିତରେ ବିଜୟ ମହାପାତ୍ର ରାଜ୍ୟ ରାଜନୀତିର ଜଣେ ଚର୍ଚିତ ବଡନେତା ।

{"id":131813}

ତେଣୁ ତାଙ୍କୁ ଜିତାଇବାକୁ ବିଜେପି ଜୋରଦାର ପ୍ରୟାସ କରୁଛି । ଦଳର ବହୁ ହେଭିଓ୍ବେଟ ବି ପାଟକୁରା ପ୍ରଚାରରେ ଯିବେ ବୋଲି ସ୍ଥିର ହୋଇଗଲାଣି । ସେପଟେ କଂଗ୍ରେସର ସବୁ ବିଧାୟକ ଦଳୀୟପ୍ରାର୍ଥିଙ୍କ ପାଇଁ ପ୍ରଚାରରେ ଯିବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ । କଂଗ୍ରେସର ଦାବି, ବିଜେଡି- ବିଜେପି ଭିତରେ ମ୍ୟାଚଫିକ୍ସିଙ୍ଗ ହୋଇଥିବାରୁ କଂଗ୍ରେସ ପ୍ରାର୍ଥି ଏଥର ଜିତିବାକୁ ସହଜ ହେବ ।  

{"id":131811}

ପାଟକୁରା ନିର୍ବାଚନ ହେବ ଜୁଲାଇ ୨୦ରେ । ହାତରେ ଆଉମାତ୍ର ୧୦ ଦିନ ସମୟ । ସେଥିପାଇଁ ସବୁଦଳର ହେଭିଓ୍ବେଟ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଦିନ ଧାର୍ଯ୍ୟ ହୋଇଗଲାଣି । ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଅନ୍ୟ ବିଧାୟକ ଓ ସାଂସଦ ନିର୍ବାଚନ ପ୍ରଚାରରେ ଯିବେ ବିଜୟ ମହାପାତ୍ରଙ୍କ ପାଇଁ । ସେପଟେ ନବୀନ ପଟନାୟକ ଦଳୀୟ ପ୍ରାର୍ଥିଙ୍କ ପାଇଁ ୧୭ କିମ୍ବା ୧୮ ତାରିଖ ଆଡକୁ ପ୍ରଚାରରେ ଯିବେ ବୋଲି ଦଳପକ୍ଷରୁ ସୂଚନା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.