Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଟକୁରା ଉପରେ ଏବେ ସମସ୍ତଙ୍କ ନଜର: ବିଜେଡି ଓ ବିଜେପି ଉଭୟଙ୍କ ପାଇଁ ସମ୍ମାନର ପ୍ରଶ୍ନ, ବିଜେଡିରୁ ପ୍ରାର୍ଥୀ ହେବେ ବେଦ ପ୍ରକାଶଙ୍କ ପୁଅ ସଞ୍ଜୟ ଅଗ୍ରୱାଲ !

24/04/2019 at 7:33 PM

ଭୁବନେଶ୍ବର୨୪|୪: ମେ ୧୯ ତାରିଖରେ ପାଟକୁରାରେ ହେବ ନିର୍ବାଚନ । ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲାଙ୍କ ଦେହାନ୍ତ ଯୋଗୁଁ ପାଟକୁରାରେ ସ୍ଥଗିତ ରହିଥିଲା ନିର୍ବାଚନ ।  ଏବେ ନିର୍ବାଚନ ଘୋଷଣା ହେବା ପରେ ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ସ୍ବାଗତ କରିବା ସହିତ ବିଜେଡିକୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ବିଳମ୍ବ କରିବା ପାଇଁ  ବିଜେଡି ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ବିଜୟ ମହାପାତ୍ର । ବିଜେଡି  ବିଜୟଙ୍କ ଅଭିଯୋଗର ଜବାବ ଦେଇନଥିବାବେଳେ ବେଦୁଙ୍କ ପୁଅ ସଞ୍ଜୟ ଜବାବ ଦେଇଛନ୍ତି । ବିଜୟ ବେଦ ପ୍ରକାଶଙ୍କ ଶୁଭ ଚିନ୍ତକ ନୁହନ୍ତି ବୋଲି କହିଛନ୍ତି।

ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ମେ ୧ତାରିଖରେ  ନାମାଙ୍କନ ପତ୍ର ଦାଖଲ, ମେ ୨ରେ ପ୍ରାର୍ଥୀପତ୍ର ଯାଞ୍ଚ । ମେ ୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ତେବେ ଆସନ୍ତା ୨୯ ତାରିଖରେ ପୂର୍ବ ସୂଚନା ଅନୁସାରେ ଏଠାରେ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ।  ନିର୍ବାଚନ କମିଶନ ତାରିଖ ଘୋଷଣାକୁ ସ୍ବାଗତ କରିଛନ୍ତି ବିଜେପିର ପ୍ରାଟକୁରା ପ୍ରାର୍ଥୀ ବିଜୟ ମହାପାତ୍ର । ପାଟକୁରାରେ ନିର୍ବାଚନକୁ ବିଳମ୍ବ କରିବାକୁ ଚକ୍ରାନ୍ତ ହୋଇଥିଲା।  ଅସୁସ୍ଥତା ପାଇଁ ବେଦପ୍ରକାଶ ଅଗ୍ରଓ୍ବାଲାଙ୍କ ପରିବାର ନିର୍ବାଚନ ଲଢ଼ିବାକୁ ମନା କରିବା ସତ୍ବେ ତାଙ୍କୁ ଟିକେଟ ଦିଆଯାଇଥିଲା। ଏହାର ଜବାବ ପାଟକୁରାବାସୀ ଦେବେ ବୋଲି ସେ କହିଛନ୍ତି।

ପାଟକୁରାରେ କେବଳ ବିଜେଡି ହିଁ ପ୍ରାର୍ଥୀ ଦେବ। ତେବେ ବିଜୟଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ କିଏ ହେବ। ଏନେଇ ଗରଦପୁରରୁ ଡେରାବିଶ୍‌ ଚର୍ଚ୍ଚା ଲମ୍ବିଛି । କଣ ବିଜେଡି ବେଦୁଙ୍କ ପୁଅଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ହାତେଇବ। ନା ପାଟକୁରା ନିର୍ବାଚମଣ୍ଡଳୀର ରାଜନୈତିକ ପାଣିପାଗ ଦେଖି ଅନ୍ୟ ପ୍ରାର୍ଥୀଙ୍କୁ ମୈଦାନକୁ ଛାଡ଼ିବ । ଅବଶ୍ୟ ଏବେବି ତେଜେଶ୍ବର ପରିଡ଼ା, ଅଜୟ ରାଉତ, ଅମରେଶ ପତ୍ରି, ପ୍ରମୋଦ ସାହୁ, ଶାନ୍ତନୁ ନାୟକଙ୍କ ନାଁ ଚର୍ଚ୍ଚା ହେଉଛି। ଖୁବ ଶୀଘ୍ର ସୁପ୍ରିମୋ ପ୍ରର୍ଥୀ ଘୋଷଣା କରିବେ ବୋଲି କହିଛି ବିଜେଡି । ସେପଟେ  ବାପାଙ୍କ ସ୍ଥାନରେ ​ପ୍ରାର୍ଥୀ ହେବାକୁ ବେଦ ପ୍ରକାଶଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲ ସଜାବାଜ ହେଉଛନ୍ତି।

କେବଳ ବି​‌ଜେଡି ପାଟକୁରା ପାଇଁ ପ୍ରାର୍ଥୀ ଦେବ।  ମେ ୧୯ରେ କେବଳ ବିଧାନସଭା ପାଇଁ ସେଠାରେ ନିର୍ବାଚନ ହେବ।  ଗୋଟିଏ ସ୍ପଷ୍ଟ ଇଙ୍ଗିତ ମିଳୁଛି ପାଟକୁରା ପାଇଁ ବିଜେଡି ଓ ବିଜେପି ସମସ୍ତ ବଳ ପ୍ରୟୋଗ କରିବେ । ଉଭୟ ଦଳ ପାଇଁ ପାଟକୁରା ହିଁ ହେବ ସମ୍ମାନର ପ୍ରଶ୍ନ ହେବ। 

   Related Posts