Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପାଟକୁରା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର : ୩୦୯ଟି ବୁଥ୍ ପାଇଁ ଭୋଟିଂ ମେସିନ୍ କମିଶନିଂ କାମ ଆରମ୍ଭ

7/07/2019 at 8:25 AM

​‌କେନ୍ଦ୍ରାପଡ଼ା ୭/୭: ପାଖେଇ ଆସୁଛି ପାଟକୁରା ନିର୍ବାଚନ । ନିର୍ବାଚନ ପାଇଁ ସବୁ ଦଳ ଯୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଜେଡିର ଗଡ କୁହାଯାଉଥିବା ଏହି ଆସନରେ କିନ୍ତୁ ଏଥର ବିଜେପି ବାଜି ମାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାରଣ ବିଜୟ ମହାପାତ୍ରଙ୍କ ଭଳି ଭଲ ନେତା ଏଠାରୁ ଅନେକ ଥର ହାରିଛନ୍ତି । ତେଣୁ ତାଙ୍କ ପ୍ରତି ଅନୁକମ୍ପା ଭୋଟ୍ ରହିଛି । ଲୋକେ ବିଜୟଙ୍କୁ ଚାହୁଁଛନ୍ତି । ତେଣୁ ଦଳ ଏଥର ଏଠାରୁ ନିଶ୍ଚୟ ଜିତିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେପଟେ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ବି ପ୍ରସ୍ତୁତି ଜୋରଦାର କରିଛି ।

ପ୍ରଥମେ ଭୋଟିଙ୍ଗ୍ ମେସିନ୍ କମିସନିଂ କାମ ଆରମ୍ଭ ହୋଇଛି । ୩୦୯ ଟି ବୁଥ୍ ପାଇଁ କଣ୍ଟ୍ରୋଲ ଯୁନିଟ୍, ବାଲାଟ୍ ୟୁନିଟ ଓ ଭିଭିପାର୍ଟ ପାଇଁ ଇଭିଏମ ପ୍ରସ୍ତୁତ କରାଯାଉଛି । ଆସନ୍ତା ୩ଦିନ ମଧ୍ୟରେ ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ନିର୍ବାଚନ ପରିଚାଳନାରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କୁ ଖୁବ୍ ଶିଘ୍ର ପ୍ରଶିକ୍ଷଣ ଦିଆଯିବ । ନିର୍ବାଚନ ଆଦର୍ଶ ଆଚରଣ ସଂହିତା ସଠିକ୍ ପାଳନ ଉପରେ ଜୋର ଦେଇଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଏନେଇ ୩ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ଅନ୍ୟ ସମସ୍ତ ରାଜେନୈତକ ଦଳକୁ ନେଇ ଏକ ସର୍ବଦଳୀୟ ବୈଠକ କରାଯାଇଛି । ସବୁ ଦଳ ଆଚରଣ ବିଧି କଡାକଡି ପାଳନ କରିବେ ବୋଲି କହିଛନ୍ତି ।

   Related Posts