ପାଟକୁରା ବିଧାନସଭା ଆସନ ପାଇଁ ଆଜି ଶେଷ ହେଲା ପ୍ରଚାର : ୨୦ ତାରିଖରେ ମତଦାନ, ଏଥର ବାମହାତ ମଝି ଆଙ୍ଗୁଠିରେ କାଳି ଲାଗିବ

Published By : Prameya-News7 Bureau | July 18, 2019 IST

କେନ୍ଦ୍ରାପଡା୧୮|୭: ପାଟକୁରା ବିଧାନସଭା ଆସନ ପାଇଁ ଆଜି ଶେଷ ହେଲା ପ୍ରଚାର। ଶେଷ ଦିନରେ ପ୍ରାର୍ଥୀମାନେ ଘରଘର ବୁଲି ପ୍ରଚାର କରିଛନ୍ତି । ଭୋଟରଙ୍କୁ ମନେଇବାର ଶେଷ ସୁଯୋଗ ହାତ ଛଡା କରି ନାହାନ୍ତି ପ୍ରାର୍ଥୀ କିମ୍ବା ଦଳୀୟ ନେତା । ନେତାଙ୍କ କାମ ସରିବା ପରେ ଆରମ୍ଭ ହୋଇଛି ପ୍ରଶାସନର କାର୍ଯ୍ୟ । ନିର୍ବାଚନକୁ କେମିତି ଶାନ୍ତି ଶୃଙ୍ଖଳାର କରାଯିବ ସେନେଇ ପ୍ରଶାସନ ତାର କମର କଷିଛି।…..

{"id":135125}

 ସରିଲା ପାଟକୁରା ନିର୍ବାଚନ ପ୍ରଚାର । ୨୦ ତାରିଖରେ ମତଦାନ। ପ୍ରଚାରର ଶେଷଦିନରେ ଜି ଯାନ୍ ଲଗାଇଛନ୍ତି ପ୍ରାର୍ଥୀ ଓ କର୍ମୀ । ବିଜେଡି ପାଇଁ ମନ୍ତ୍ରୀ ପ୍ରତାପ ଜେନା ଓ ବରିଷ୍ଠ ନେତା ସୁବାସ ସିଂ ଡେରାବିଶ ବ୍ଲକରେ ଓ ପ୍ରୀତି ରଂଜନ ଘଡାଇ ଗରଦପୁର ବ୍ଲକରେ ପ୍ରଚାରର ଶେଷ ସ୍ପର୍ଶ ଦେଇଥିଲେ ।

{"id":135126}

ସେହିପରି ବିଜେପି ଶେଷ ଦିନରେ ଡେରାବିଶ ବ୍ଲକ୍  କୁ ଫୋକସ୍ କରିଥିଲା। ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ବିଧାୟକ ନିବେଦିତା ପ୍ରଧାନ ଓ ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ବାଇଁ ପଦ୍ମ ପାଇଁ ପ୍ରଚାର କରିଥିଲେ। ଆଉ କଂଗ୍ରେସ୍ ପାଇଁ ପହଞ୍ଚିଥିଲେ ଭେଟେରାନ ବିଧାୟକ ସୁର ରାଉତରାୟ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନଦେବ ବେଉରା ଆଜି ଏକତ୍ର ଡେରାବିଶ ବ୍ଲକ୍ ରେ ଘରଘର ବୁଲିଥିଲେ । କଂଗ୍ରେସ୍ ପ୍ରାର୍ଥୀ ଜୟନ୍ତ ମହାନ୍ତି ଗରଦପୁର ବ୍ଲକ ର ବିଭିନ୍ନ ପଂଚାୟତରେ ପ୍ରଚାର କରିଥିଲେ।

{"id":135127}

ପ୍ରଚାର ସରିଯାଇଛି। ଏଥରେ ଡେରାବିଶରେ ଯେଉଁମାନେ ଡେରା ପକେଇଥିଲେ, ଗରଦପୁରରେ ଯେୁଉଁମାନେ ଘରକୁ ଘର ବୁଲୁଥିଲେ, ଏମିତି ଷ୍ଟାର ପ୍ରଚାରକ ଓ ବାହାର ଅଞ୍ଚଳର ନେତା ନିର୍ବାଚନ ମଣ୍ଡଳୀରେ ଦେଖାଦେବେନି । ନେତାଙ୍କ କାମ ସରିଛି ଏଣିକି ପ୍ରଶାସନର କାର୍ଯ୍ୟ। ନିର୍ବାଚନ କେମିତି ଶାନ୍ତି ଶୃଙ୍ଖଳାରେ ସରିବ ସେନେଇ ପ୍ରଶାସନ ଆଣ୍ଟା ଭିଡ଼ିଛି। ପାଟକୁରାର ୨୮୭ଟି ସ୍ଥାନରେ ମୋଟ୍‌ ୩୦୯ଟି ଭୋଟଦାନ କେନ୍ଦ୍ର କରାଯାଇଛି । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ସେହିଭଳି ପାଟକୁରାରେ ନିର୍ବାଚନକୁ ନେଇ ପ୍ରସ୍ତୁତି କରିଛି ପୋଲିସ ପ୍ରଶାସନ । ୪ କମ୍ପାନୀ  ସିଏପିଏଫ୍‌ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମ୍ବେଦନଶୀଳ ଓ ଅତ୍ୟନ୍ତ ସମ୍ବେଦନଶୀଳ ବୁଥ ଗୁଡ଼ିକ ଉପରେ କଡ଼ା ନଜର ରଖିବ ପୋଲିସ ।

{"id":135128}

ଏଥର ବାମହାତ ମଝି ଆଙ୍ଗୁଠିରେ କାଳି ଲାଗିବ। ଯେଉଁ ବୁଥରେ ସାନି ମତଦାନ ହେବ ସେଠି ଅନାମିକା ଅଙ୍ଗୁଳିରେ ଅଲିଭା କାଳୀ ଲଗାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।

{"id":135129}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.