Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ପାଟକୁରା ନିର୍ବାଚନ ପାଇଁ ବିଜେଡିର ସଜବାଜ : ଦୁଇଟି ପଞ୍ଚାୟତ ପାଇଁ ଜଣେ ଲେଖାଏଁ ବିଧାୟକ ଓ ନେତାଙ୍କୁ ଦାୟିତ୍ୱ

10/06/2019 at 9:45 AM

ଭୁବନେଶ୍ୱର ୧୦/୬ : ପାଟକୁରା ନିର୍ବାଚନ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । କିନ୍ତୁ ରାଜ୍ୟର ୩ ପ୍ରମୁଖ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କଲେଣି । ବିଜେଡି ବଚା ବଚା ୫ ନେତାଙ୍କୁ ପାଟକୁରା ଦାୟିତ୍ୱ ଦେଇଛି । ପାଟକୁରା ଆସନ କେମିତି ବିଜେଡି ଖାତାରେ ଯୋଡ଼ିହେବ ସେନେଇ ବିଜେଡି କର୍ମୀଙ୍କୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗରଦପୁର ବ୍ଲକ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଂଯୋଜକ ଭାବେ କାମ କରିବେ । ସେହିପରି ମନ୍ତ୍ରୀ ଅରୁଣ ସାହୁ ସାଧାରଣ ସମ୍ପାଦକ ଭାବେ କାମ କରିବେ । ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମାଙ୍କୁ ଡେରାବିଶ ବ୍ଲକ ଦାୟିତ୍ୱ ଦିଆଯାଇଛି । ଉଭୟ ମାର୍ଶାଘାଇ ଓ ଗରଦପୁର ବ୍ଲକ ଦାୟିତ୍ୱରେ ରହିବେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏହାସହ ନିର୍ବାଚନ ମଣ୍ଡଳୀର ଦୁଇଟି ଲେଖାଏଁ ପଞ୍ଚାୟତ ପାଇଁ ଜଣେ ଲେଖାଏଁ ବିଧାୟକ ଏବଂ ଦଳୀୟ ନେତାଙ୍କୁ ଦାୟିତ୍ୱ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ହୋଇଛି ।


ପାଟକୁରା ଯାଇ ତୃଣମୂଳ ସ୍ଥରରେ ନେତାଙ୍କୁ ଏକତ୍ରିତ କରିବା ସହ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜୟୀ କରିବା ନେଇ ରଣନୀତି ପ୍ରସ୍ତୁତ କରାଯାଉଛି । ପାଟକୁରା ଆସନ ପାଇଁ ବିଜେପି ବିଜୟ ମହାପାତ୍ରଙ୍କୁ ଟିକେଟ ଦେବା ପରେ ବିଜେଡି ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଚି । ବାତ୍ୟା ଫନି ପରେ ଅନେକ ବିଧାୟକ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାତ୍ରା କରି ସଂଗଠନକୁ ସୁଦୃଢ କରିବାକୁ ଉଦ୍ୟମ କରୁଛନ୍ତି ।

   Related Posts