ପାଟକୁରା ବିଧାନସଭା ନିର୍ବାଚନ : ଧର୍ମେନ୍ଦ୍ର କହିଲେ ବିଜୟ ନିଶ୍ଚୟ ଜିତିବେ, ଏପଟେ ବଢିଲା ପ୍ରଶାସନିକ ତତ୍ପରତା

Published By : Prameya-News7 Bureau | July 06, 2019 IST

ପାଟକୁରା ୬|୭: ପାଟକୁରା ନିର୍ବାଚନ ପାଇଁ ପ୍ରଶାସନିକ ତତ୍ପରତା ବଢିବାରେ ଲାଗିଛି । ତାରିଖ ଘୋଷଣା ପରେ ନିର୍ବାଚନ ପରିଚାଳନା ନେଇ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ଏଥିପାଇଁ ଭୋଟିଂ ମେସିନ୍ କମିଶନିଙ୍ଗ୍ କାମ ଆରମ୍ଭ ହୋଇଯାଇଛି । ନିର୍ବାଚନରେ ସାମିଲ ହୋଇଥିବା ସମସ୍ତ ରାଜନୈତିକ ଦଳର ପ୍ରତିନଧିଙ୍କୁ ଡକାଇ ଆଚରଣ ବିଧି ସମ୍ପର୍କରେ ଅବଗତ କରାଇଛନ୍ତି ଜିଲ୍ଲାପାଳ । ଆଉ ସେପଟେ ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ଦଳ ଏହି ଆସନ ହାତେଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । 

{"id":131090}

ପାଖେଇ ଆସୁଛି ପାଟକୁରା ନିର୍ବାଚନ ।ନିର୍ବାଚନ ପାଇଁ ସବୁ ଦଳ ଯୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଜେଡିର ଗଡ କହୁଯାଉଥିବା ଏହି ଆସନରେ କିନ୍ତୁ ଏଥର ବିଜେପି ବାଜି ମାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାରଣ ବିଜୟ ମହାପାତ୍ରଙ୍କ ଭଳି ଭଲ ନେତା ଏଠାରୁ ଅନେକ ଥର ହାରିଛନ୍ତି । ତେଣୁ ତାଙ୍କ ପ୍ରତି ଅନୁକମ୍ପା ଭୋଟ୍ ରହିଛି ।ଲୋକେ ବିଜୟଙ୍କୁ ଚାହୁଁଛନ୍ତି । ତେଣୁ ଦଳ ଏଥର ଏଠାରୁ ନିଶ୍ଚୟ ଜିତିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

{"id":131091}

ସେପଟେ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ବି ପ୍ରସ୍ତୁତି ଜୋରଦାର କରିଛି । ପ୍ରଥମେ ଭୋଟିଙ୍ଗ୍ ମେସିନ୍ କମିସନିଂ କାମ ଆରମ୍ଭ ହୋିଛି । ୩୦୯ ଟି ବୁଥ୍ ପାଇଁ କଣ୍ଟ୍ରୋଲ ଯୁନିଟ୍‌, ବାଲାଟ୍ ୟୁନିଟ ଓ ଭିଭିପାର୍ଟ ପାଇଁ ଇଭିଏମ ପ୍ରସ୍ତୁତ କରାଯାଉଛି । ଆସନ୍ତା ୩ଦିନ ମଧ୍ୟରେ ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

{"id":131093}

ନିର୍ବାଚନ ପରିଚାଳନାରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କୁ ଖୁବ୍‌ ଶିଘ୍ର ପ୍ରଶିକ୍ଷଣ ଦିଆଯିବ । ନିର୍ବାଚନ ଆଦର୍ଶ ଆଚରଣ ସଂହିତା ସଠିକ୍ ପାଳନ ଉପରେ ଜୋର ଦେଇଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଏନେଇ ୩ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ଅନ୍ୟ ସମସ୍ତ ରାଜେନୈତକ ଦଳକୁ ନେଇ ଏକ ସର୍ବଦଳୀୟ ବୈଠକ କରାଯାଇଛି । ସବୁ ଦଳ ଆଚରଣ ବିଧି କଡାକଡି ପାଳନ କରିବେ ବୋଲି କହିଛନ୍ତି ।

{"id":131095}

କେନ୍ଦ୍ରାପଡାରେ ଶୁକ୍ରବାର ସଂଧ୍ୟାରୁ ବର୍ଷା ଲାଗିଥିଲେ ବି ନିର୍ବାଚନ ପରିଚାଳନା ନେଇ କୌଣସି ବାଧା ଉପୁଜି ନାହିଁ। ଉଭୟ ପ୍ରଶାସନ ଓ ପ୍ରାର୍ଥୀ ନିଜନିଜ କାମରେ ଲାଗି ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.