ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳିର ୫୧ଟି ପଞ୍ଚାୟତରେ କେଉଁ ପ୍ରାର୍ଥୀଙ୍କ ସ୍ଥିତି କଣ ଜାଣନ୍ତୁ…

Published By : Prameya-News7 Bureau | July 07, 2019 IST

କେନ୍ଦ୍ରାପଡା ୭|୭: ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ଲାଗି ରାଜଧାନୀରେ ନେତାମାନେ ପରସ୍ପରକୁ ଆକ୍ଷେପ କରି ପ୍ରଚଣ୍ଡ ଭାଷଣବାଜି ଚଳାଇଛନ୍ତି । ସମସ୍ତେ ନିଜ ନିଜର ବିଜୟ ସମ୍ଭାବନା ନେଇ ବହାସ୍ପୋଟ ମାରିବାରେ ଲାଗିଛନ୍ତି । କିନ୍ତୁ ଗ୍ରାଉଣ୍ଡ ରିଅଲିଟି ସମ୍ପୂର୍ଣ୍ଣ ଅଲଗା । ଆସନ୍ତୁ ନଜର ପକାଇବା ପାଟକୁରା ନିର୍ବାଚନ ମଣ୍ଡଳିର ପଞ୍ଚାୟତୱାରୀ ଭୋଟରଙ୍କ ମୁଡ୍ ଉପରେ ଏକ ନଜର-

କାହା ଖାତାକୁ ଯିବ ବହୁ ଚର୍ଚ୍ଚିତ ପାଟକୁରା ଆସନ ? କିଏ ହେବ ପାଟକୁରା ବିଜେତା ? ଏମିତି ଅନେକ ପ୍ରଶ୍ନ ଏବେ ରାଜନୈତିକ ପାଣିପାଗକୁ ଉଷ୍ମ କରିଛି । ତେବେ ପାଟକୁରା ଯୁଦ୍ଧ ପାଇଁ ନିଜନିଜ ଶୈଳୀରେ ରଣଭୂମିରେ ଅବତୀର୍ଣ୍ଣ ହୋଇଛନ୍ତି ରାଜନୈତିକ ଦଳ। ପାଟକୁରା ଆସନରେ ବିଜୟ ଲାଭ କରିବା ପାଇଁ ନିଜ ପକେଟ୍ ଭୋଟ୍ ସହିତ କିଛି ପାରମ୍ପରିକ ଭୋଟ୍ ଉପରେ ଆଶ୍ରା କରିଛନ୍ତି ନେତା। ଅନ୍ୟପକ୍ଷରେ ଡେରାବିଶ ଓ ଗରଦପୁର ବ୍ଲକ୍ ର ପ୍ରାୟ ୧୯ ଟି ପଂଚାୟତର ସଂଖ୍ୟାଲଘୁ ଭୋଟର ନେବେ ନିର୍ଣ୍ଣ।ୟକ ଭୂମିକା। 

{"id":131429}

ପାଟକୁରା ଆସନ ହାତେଇବା ପାଇଁ ଆରମ୍ଭ ହୋଇଛି ଜୋରଦାର ଲଢେଇ। ମଇଦାନରେ ବିଜେପି ଓ କଂଗ୍ରେସ ଦଳର ଟାଣୁଆ ତଥା ଅଭିଜ୍ଞ ନେତାଙ୍କ ସହିତ ବିଜେଡିର ନବାଗତା ପ୍ରାର୍ଥୀଙ୍କୁ ଦେଖିବା ପାଇଁ ମିଳୁଛି। ତେବେ ଡେରାବିଶ, ଗରଦପୁର ଓ ମାର୍ଶ।ଘାଇ ବ୍ଲକ୍ ର ମୋଟ୍ ୫୧ ଗୋଟି ପଂଚାୟତରେ ପ୍ରାୟ ୨ ଲକ୍ଷ ୪୫ହଜାର ଭୋଟର ନେବେ ନିଷ୍ପତ୍ତି । ବିଜେଡି ଏଠାରେ ପୂର୍ବରୁ ଭଲ ହୋମୱାର୍କ କରିଥିବାରୁ ନିଜ ବିଜୟକୁ ନେଇ ବେଶ୍ ଆଶାବାଦୀ ହୋଇ ପଡିଛି।

{"id":131430}

ସର୍ବ।ଧିକ ଭୋଟର ଥିବା ଡେରାବିଶ ବ୍ଲକରେ ବିଜେଡି ପୂର୍ବ ପରି ବେଶ୍ ଭଲ ପ୍ରଦର୍ଶନ କରିବାର ଆଶା ଉଜ୍ବଳା ହୋଇଛି। ତେବେ ଡେରାବିଶ ବ୍ଲକରେ ଥିବା କିଛି ସଂଖ୍ୟାଲଘୁ ଭୋଟ୍ ବିଜେଡି ହରାଇବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଅନ୍ୟପକ୍ଷରେ ଗରଦପୁର ବ୍ଲକ୍ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ନିଜ ବ୍ଲକ୍ ହୋଇଥିବାରୁ ସେଠାରେ ବିଜେଡିକୁ ଅପେକ୍ଷାକୃତ ଅଧିକ ପରିଶ୍ରମ କରିବାକୁ ପଡୁଛି । ଏଠାକାର ଭୋଟରଙ୍କୁ ମନେଇବା ପାଇଁ ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମେତ ଡଜନେ ନେତା ଗରଦପୁର ବ୍ଲକରେ କ୍ୟାମ୍ପ୍ ପକେଇଛନ୍ତି। ଅନ୍ୟପକ୍ଷରେ ମାର୍ଶ।ଘାଇ ବ୍ଲକ୍ ର ୭ଟି ପଂଚାୟତକୁ ନେଇ ବିଜେଡି ଏତେ ସିରିୟସ ନଥିଲେ ସୁଦ୍ଧା ଏଠାରେ ସ୍ଥାନୀୟ ନେତାଙ୍କ ଦକ୍ଷତାକୁ ଭରଷାକୁ ନେଇଛି ଦଳ।

{"id":131431}

ଡେରାବିଶର ୨୬ରୁ ୧୨ଟି ପଂଚାୟତରେ ସଂଖ୍ୟାଲଘୁ ଭୋଟର ନିର୍ଣ୍ଣ।ୟକ ଭୂମିକା ନେଇଥାଆନ୍ତି। ଅନ୍ୟପକ୍ଷରେ ଗରଦପୁର ବ୍ଲକରେ ମଧ୍ୟ ୭ଟି ପଂଚାୟତରେ ସଂଖ୍ୟାଲଘୁ ଭୋଟର ରହିଛନ୍ତି। ସଂଖ୍ୟାଲଗୁ ଭୋଟ୍ ଉପରେ ପୂର୍ବରୁ କଂଗ୍ରେସ କବଜା କରିଆସୁଥିବାବେଳେ ଚଳିତ ନିର୍ବ।ଚନରେ ସେଥିରେ ବ୍ୟତିକ୍ରମ ଦେଖାଯିବାର ସମ୍ଭାବନା ରହିଛି । ତେଣୁ ସଂଖ୍ୟାଲଘୁ ଭୋଟ୍ ର ଏକ ସିହଂଭାଗ ବିଜେଡି ଖାତାକୁ ଯିବା ସ୍ପଷ୍ଟ ହୋଇଯାଇଛି।

{"id":131432}

ଡେରାବିଶରେ କଂଗ୍ରେସର ସ୍ଥିତି ଅପେକ୍ଷାକୃତ ଭଲ ରହିଥିବା ବଳେ ଗରଦପୁର ଓ ମାର୍ଶ।ଘାଇ ବ୍ଲକ୍ ରେ କଂଗ୍ରେସର ନିଜ ପକେଟ୍ ଭୋଟ୍ ଉପରେ ହିଁ ଭରଷା କରିଛି। ତବେ ଗରଦପୁର ବ୍ଲକ୍ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ନିଜ ବ୍ଲକ୍ ହୋଇଥିବାରୁ ଏଠାରେ ବିଜେପି ଲାଭବାନ ହେବାର ଆଶା ରଖିଛି। 

ପାଟକୁରା ନିର୍ବ।ଚନମଣ୍ଡଳୀରେ ଭୋଟ ଓ ଭୋଟରଙ୍କୁ ନେଇ ଦଳୀୟ ଶିବିରରେ ଅଙ୍କକଷା ଚାଲିଥିବା ବେଳେ ଗତ ନିର୍ବ।ଚନରେ ପ୍ରକାଶ ପାଇଥିବା ଫଳାଫଳ ଅନେକମାତ୍ରାରେ ପାଟକୁରା ନିର୍ବ।ଚନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.