୧୭ ତାରିଖରେ ପାଟକୁରା ନିର୍ବାଚନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ଆଜି ପ୍ରତାପ ଷଡଙ୍ଗୀ କଲେ ରୋଡ୍ ସୋ’
10/07/2019 at 5:31 PM

କେନ୍ଦ୍ରାପଡା | ଭୁବନେଶ୍ବର ୧୦|୭: ତେଜୁଛି ପାଟକୁରା ରାଜନୀତି। ପ୍ରଚାରରେ କମ୍ପୁଛି ପଟାକୁରା। ବିଜେଡି ବିଜେପି ପ୍ରଚାର ଜୋରଦାର କରୁଥିବାବେଳେ ଆସନ୍ତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବେ। ତାଙ୍କୁ ଟକ୍କର ଦେବାକୁ ବିଜେପିର କେନ୍ଦ୍ର ମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବ। ଏପଟେ ବିଜେଡି ଓ ବିଜେପି ରୋକିବା ପାଇଁ କଂଗ୍ରେସ ଆଜି ରଣନୀତି ପ୍ରସ୍ତୁତ କରିଛି। ୯ ବିଧାୟକ ଓ ଜଣେ ଏମପି ୧୨ ତାରିଖରୁ ପ୍ରଚାର ମଇଦାନ ଓହ୍ଲାଇବେ ।

ନିର୍ବାଚନ ଯେତିକି ପାଖେଇ ଆସୁଛି ପାଟକୁରାରେ ସେତିକି ରାଜନୀତି ତେଜୁଛି। ପ୍ରଚାର ମଇଦାନରେ ମଧ୍ୟ ସେତିକି କମ୍ପୁଛି । ଆଜି ବିଜୟଙ୍କ ବଳ ସାଜିଛନ୍ତି ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଡେରାବିଶ ବ୍ଲକର ପଞ୍ଚୁପାଣ୍ଡବ ବିଜୟଙ୍କ ସାରଥୀ ହୋଇଥିଲେ ପଞ୍ଚୁପାଣ୍ଡବ। ପ୍ରତାପ ଷଡ଼ଙ୍ଗୀଙ୍କ ସାଙ୍ଗକୁ କେ ଭି ସିଂହଦେଓ, ମନମୋହନ ସାମଲ, ଭୁବନମୋହନ ଜେନା, ଭୃଗୁ ବକ୍ସିପାତ୍ର। ଖୋଲାଜିପ୍ରେ ରୋଡ ସୋରେ କରିଥିଲେ ଶକ୍ତି ପ୍ରଦର୍ଶନ।

ବିଜେଡି ବିଜେପି ଜୋର ଦାର ପ୍ରଚାର ଚଳାଇଛନ୍ତି। ବଜେଡି ପାଇଁ ରାଜ୍ୟର ମନ୍ତ୍ରୀମାନେ ପ୍ରଚାର କରୁଥିବାବେଳେ ଆସନ୍ତ ୧୭ ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ। ଦରକାର ପଡିଲେ ୧୮ ତାରିଖ ବି ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ। କାରଣ ଶେଷ ଦୁଇଦିନ ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କଲେ ଲୋକଙ୍କ ମୁଡ ବଦଳିବ ବୋଲି ଆଶା ରଖିଛି ଦଳ। ଏପଟେ ବିଜେପି ତାର ଯୋଜନା କରିଛି।

କଂଗ୍ରେସ ଆଜି ରଣନୀତି ପ୍ରସ୍ତୁତ କରିଛି। କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ, ବ୍ଲକ ସଭାପତି , ସ୍ଥାନୀୟ ନେତୃତ୍ବକୁ ନେଇ କଂଗ୍ରେସ ଭବନରେ ବସିଥିଲା ବୈଠକ। ବ୍ଳକ ଅନୁଯାୟୀ ଜଣେ ଜଣେ ବରିଷ୍ଠ ନେତାଙ୍କୁ ଦାୟୀତ୍ବ ଦିଆଯାଇଛି। ଆସନ୍ତ ୧୨ ତାରିଖରୁ କଂଗ୍ରେସ ଜୋରଦାର ପ୍ରଚାର କରିବ । ୯ ଜଣ ବିଧାୟକ ଏବଂ ଜଣେ ଏମପି ପ୍ରଚାର ସାମିଲ ହେବେ।

ବିଜେଡି ବିଜେପିକୁ କାଠଗଡାରେ ଛିଡା କରି ଲୋକଙ୍କ ମୁଡକୁ କରିବା ଚେଷ୍ଟାରେ ଅଛି କଂଗ୍ରେସ । କିନ୍ତୁ ବିଜେଡି ଓ ବିଜେପି କଂଗ୍ରେସ ଭୋଟ କେମିତି ତାଙ୍କ ଖାତାକୁ ଆସିବ ସେ ନେଇ ରଣନୀତି କରୁଛନ୍ତି । ସବୁ ନିର୍ବାଚନ ଭଳି ଏଥର ବି କଂଗ୍ରେସ ଭୋଟ ବ୍ୟାଙ୍କ ଉପରେ ବିଜେଡି ବିଜେପି ଉପରେ ନଜର ପକାଇଛନ୍ତି।