ପାଟକୁରା ନିର୍ବାଚନ : ଦିନ ୧ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ

Published By : Prameya-News7 Bureau | July 20, 2019 IST

କେନ୍ଦ୍ରାପଡା ୨୦|୭: ପାଟକୁରା ବିଧାନସଭା ପାଇଁ ମତଦାନ ଜାରି ରହିଛି । ଦିନ ୧ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ  ପକ୍ଷରୁ ସୂଚନା ମିଳିଛି । ମତଦାନ  ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ମୋଟ୍ ୩୦୯ଟି ବୁଥରେ ଚାଲିଛି ଭୋଟ୍ ଗ୍ରହଣ । ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷ ୩୭ ହଜାର ୫୯୯ ଜଣ ଭୋଟର ।

{"id":135606}

ତେବେ ବୁଥ୍ ନମ୍ବର ୮୬ ଚଷାଖଣ୍ଡିରେ ଇଭିଏମରେ ତ୍ରୁଟି ପାଇଁ ବିଳମ୍ବ ହୋଇଛି ମତଦାନ । ୩୦୯ଟି ବୁଥ୍ ମଧ୍ୟରୁ ୧୩୮ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୪ କମ୍ପାନୀ ସିଏପିଏଫ୍ ମୁତୟନ କରାଯାଇଛି। ୪୦ଟି ସ୍ଥାନରେ ସିସିଟିଭି ଲଗାଯାଇ ଥିବାବେଳେ ୧୫ଟି ସ୍ଥାନରେ ଭିଡ଼ିଓଗ୍ରାଫି ଏବଂ ୩୧ଟି ଷ୍ଟେସନରେ ୱେବ୍ କାଷ୍ଟିଂ କରାଯାଉଛି । ୫ ଜୋନାଲ୍ ସେକ୍ଟର ମାଜିଷ୍ଟ୍ରେଟ୍ ୫୨ ଜଣ ମାଇକ୍ରୋ ଅବଜର୍ଭର୍ ନିଯୁକ୍ତ ହୋଇଛନ୍ତି । ନିର୍ବାଚନରେ ଗଣ୍ଡଗୋଳ ଆଶଙ୍କା ଥିବାରୁ ଏଥିପାଇଁ ୮ଟି ଜାମିନ୍ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରାଯିବା ସହ ୨୨୪ ଜଣଙ୍କୁ ପୋଲିସ ଅଟକ ରଖିଛି । ପତିଆରା ଓ ସମ୍ମାନର ମହାଲଢେଇ କୁହାଯାଉଥିବା ଏହି ନିର୍ବାଚନରେ ଭୋଟର୍ କାହା ଉପରେ କେତେ ଭରସା କରୁଛନ୍ତି ତାହା ୨୪ ତାରିଖ ଗଣତି ପରେ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.