ଅପହରଣ ନାଟକ ଶେଷ : ଭୁବନେଶ୍ୱରରେ ପହଞ୍ଚିଲେ ଡେଲିଭରୀ ବୟ ପତିତପାବନ, ସାଙ୍ଗରେ ଅଛନ୍ତି ଜଣେ ଯୁବତୀ

Published By : Prameya-News7 Bureau | September 16, 2021 IST

ଭୁବନେଶ୍ବର ୧୬।୦୯: ଅପହରଣ ନାଟକ ଶେଷ । ଭୁବନେଶ୍ୱରରେ ପହଞ୍ଚିଲେ ଡେଲିଭରୀ ବୟ ପତିତପାବନ ଏବଂ ଗୋପ ଅଞ୍ଚଳର ଜଣେ ଯୁବତୀ । ଉଭୟଙ୍କୁ ମଧ୍ୟପ୍ରଦେଶକୁ କଟନୀରୁ ଆଣି ଭୁବନେଶ୍ୱରରେ ପହଞ୍ଚିଛି ଧଉଳି ଥାନା ପୋଲିସ । ଗତ ସୋମବାର ଦିନ ମଧ୍ୟପ୍ରଦେଶ କଟନୀ ଷ୍ଟେସନରୁ ଏହି ୨ଜଣଙ୍କୁ ଅଟକ ରଖିଥିଲେ ରେଲଓ୍ୱ ପୋଲିସ । ଏହାପରେ ଉଭୟଙ୍କୁ ଓଡିଶା ପୋଲିସ ସହଯୋଗରେ ଭୁବନେଶ୍ୱର ଅଣାଯାଇଛି ।

{"id":512218,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଧଉଳି ଅଞ୍ଚଳର ଏହି ଡେଲିଭରୀ ବୟ ପତିତପାବନ ଅପହରଣ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । କେହି ତାଙ୍କୁ କୁଆଡେ ନେଇଯାଉଛନ୍ତି ବୋଲି ଏକ ଭଏସ ମେସେଜ ଜରିଆରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ପତିପାବନ । ଅଭିଯୋଗ ପରେ ଆକ୍ସନକୁ ଆସିଯାଇଥିଲା ପୋଲିସ । ଏନେଇ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ରେଳବାଇ ଥାନାକୁ ପତିପାବନଙ୍କ ଫଟୋ ପଠାଯାଇଥିଲା ।

{"id":512219,"sizeSlug":"full","linkDestination":"none"}

ଧଉଳି ଥାନା ପୋଲିସ ମାମଲାର ଛାନ୍‌ଭିନ୍‌ ଜାରି ରଖିଥିବା ବେଳେ ଘଟଣାରେ ଆସିଲା ଏକ ଟ୍ୱିଷ୍ଟ । ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପତିପାବନ ଅପହରଣ କରିଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ଗୋପ ଥାନାରେ ମାମଲା ରୁଜୁ ହୋଇଥିଲା । ଯାହାକି ମାମଲାକୁ ପୁରା ଅଡୁଆରେ ପକାଇଦେଇଥିଲେ । ସେପଟେ ପତିତପାବନକୁ ମଧ୍ୟପ୍ରଦେଶର କଟନୀରୁ ଠାବ କରିଥିଲେ ରେଳବାଇ ପୋଲିସ । ତାଙ୍କ ସହ ଜଣେ ଯୁବତୀ ମଧ୍ୟ ରହିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପୋଲିସ ଛାନ୍‌ଭିନ୍‌ । ପତିତପାବନ ନିଜ ସ୍ତ୍ରୀକୁ ଅପହରଣର ରଙ୍ଗୀନ୍ ମିଛ କହି ପ୍ରେମିକା ସହ ହୋଇଯାଇଥିଲେ ଫେରାର୍‌ ।

{"id":512220,"sizeSlug":"full","linkDestination":"none"}

ତେବେ ପୋଲିସ ତଦନ୍ତରୁ ଯାହା ଜଣାପଡିଥିଲେ କି, ନିଜ ପତିତପାବନ ହିଁ ନିଜ ଅପରହଣ ନାଟକ ଲେଖିଥିଲେ । ନିଜେ ଥିଲେ ନିର୍ଦ୍ଦେଶକ, ନିଜେ ଥିଲେ ଅଭିନେତା । କିନ୍ତୁ କ୍ଲାଇମାକ୍ସ ପୂର୍ବରୁ ପୁରା ଘଟଣାର ହୋଇଗଲା ପର୍ଦ୍ଦାଫାଶ । ପୋଲିସ ଡେଲିଭରୀ ବୟ ପତିତପାବନକୁ ଠାବ କରି ଭୁବନେଶ୍ୱର ଆଣିବା ପାଇଁ ମଧ୍ୟପ୍ରଦେଶ ରେଳବାଇ ପୋଲିସ ସହିତ ଯୋଗାଯୋଗ ହୋଇଥିଲା । ଏହାପରେ ଉଭୟ ପତିତପାବନ ଏବଂ ଜଣେ ଯୁବତୀଙ୍କୁ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଅଣାଯାଇଛି । ଉଭୟଙ୍କୁ ଅଟକ ରଖିଛି ଧଉଳି ଥାନା ପୋଲିସ ।

{"id":512221,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.