ନବରଙ୍ଗପୁରରେ ଖଟିଆରେ ବୁହା ହେଲେ ପ୍ରସୂତୀ

Published By : Prameya-News7 Bureau | August 24, 2018 IST

ନବରଙ୍ଗପୁର ୨୫/୮ : ଗାଁ କୁ ରାସ୍ତା ନାହିଁ, ଖଟିଆରେ ବୁହା ହେଲେ ପ୍ରସୂତୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଠାରୁ ମାତ୍ର ଦୁଇ କିଲୋମିଟରରେ ଥିବା ବାଗବେଡା ଗାଁରେ ଦେଖିବାକୁ ମିଳିଛି ଏମିତି ଚିତ୍ର। ବ୍ଲକ କାର୍ଯ୍ୟାଳୟ ଓ ଡାକ୍ତରଖାନାଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଗାଁ ରେ ଏମିତି ସ୍ଥିତି । ବାଗବେଡା ଗାଁର ଲଛଣା ସାନ୍ତାଙ୍କ ପତ୍ନୀ ହୁଣ୍ଡା ସାନ୍ତାଙ୍କର ଗତକାଲି ରାତିରେ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ହେଲେ ବର୍ଷା ହେଉ ଥିବାରୁ ଗାଁରୁ ବାହାରି ପାରିନଥିଲେ । ଆଜି ସକାଳୁ ଖଟିଆରେ ଭାର କରି ଆସିଲା ବେଳେ ଅଧା ବାଟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.