ରାସ୍ତା ଖରାପ ଯୋଗୁଁ ୪ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ

Published By : Prameya-News7 Bureau | August 18, 2018 IST

ମାଲକାନଗିରି ୧୮/୮ : ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର । ରାସ୍ତା ଖରାପ ଯୋଗୁଁ ଗାଁକୁ ଯାଇ ପାରିଲା ନାହିଁ ୧୦୮ ଆମ୍ବୁଲାନସ । ଫଳରେ ଅଣ୍ଟାଏ ପାଣିରେ ନଦୀ ପାର ହୋଇ ୪ କିଲୋମିଟର ରାସ୍ତା ଖଟିଆରେ ବୁହା ହେଲେ ଗୁରୁତର ରୋଗୀ । ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲ୍ଲି ପଞ୍ଚାୟତର ଗଜିଆଗୁଡା ଗ୍ରାମର ଲକ୍ଷଣ ପାଙ୍ଗି ଗତ ୫ ଦିନ ଧରି ଝାଡା ବାନ୍ତି ସହ ଜ୍ୱରରେ ପୀଡିତ ଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ । ହେଲେ ରାସ୍ତା ଖରାପ ସାଙ୍ଗକୁ ନଦୀରେ ଅଧିକା ପାଣି ଥିବା ଯୋଗୁଁ ଗାଁକୁ ଆମ୍ବୁଲାନସ ଯାଇପାରିବ ନାହିଁ ବୋଲି କୁହାଯାଇଥିଲା । ଫଳରେ ଗ୍ରାମବାସୀ ମିଶି ଲକ୍ଷଣ ପାଙ୍ଗିଙ୍କୁ ନଦୀ ପାରି କରାଇ ଖଟିଆରେ ବୋହି ବୋହି ଗୋବିନ୍ଦପାଲ୍ଲି ପର୍ଯ୍ୟନ୍ତ ନେଇଥିଲେ । ପରେ ସେଠାରୁ ତାଙ୍କୁ ଆମ୍ବୁଲାନସରେ ଆଣି ମାଥିଲି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ପୁଣି ଥରେ ରାସ୍ତାକୁ ଦୋଶ ଦେଇ ନିଜର ଦାୟିତ୍ୱ ସମ୍ପନ୍ନ କରି ଦେଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.