Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||

ପୁଣି ଭାରରେ ବୁହାହେଲେ ଜନନୀ

16/08/2018 at 7:04 AM

କଳାହାଣ୍ଡି ୧୬/୮ : ପୁଣି ଭାରରେ ୮ କିମି ବୁହା ହଲେ ଜନନୀ । କେସିଙ୍ଗା ବ୍ଲକ୍ ବିରୁଡି ଗାଁକୁ ରାସ୍ତା ନଥିବା ବେଳେ ଘରେ ପ୍ରସୂତୀ ବେଦନା ଆରମ୍ଭ ହୋଇଥିଲା ।ହେଲେ ଲଗାଣ ବର୍ଷା ସହ ପାଦ ଚଲା ରାସ୍ତା ପାଇଁ ଆଶା କର୍ମୀ ଓ ଏଏନଏମ ଗାଁକୁ ଆସି ନଥିଲେ । ଫଳରେ ମହିଳାଙ୍କ ସ୍ବାମୀ ଶିଶୁ ପ୍ରସବ କରାଇଥିଲେ । ପରେ ପ୍ରସୂତି ଡଲି ଗୌଡଙ୍କ ସ୍ଥିତି ଗୁରୁତର ହେବାରୁ ପାଷ୍ଟିକୁଡି ମେଡିକାଲ ଅଫିସର ଡାକ୍ତର ହିମାଙ୍ଗୀନି ମେହେରଙ୍କୁ ଯୋଗାଯୋଗ କରାଯାଇଥିଲା । ଡାକ୍ତର ଚାଲି ଚାଲି ଯାଇ ଗାଁରେ ପ୍ରସୂତିକୁ ଦେଖିବା ପରେ ଗୁରୁତର ଥିବା କହିଥିଲେ । ପରେ ପ୍ରସୂତୀକୁ ପରିବାରଲୋକ ଭାରରେ ବୋହି ୮ କିମି ଗୋକୁଳେଶ୍ବର ଆଣିବା ପରେ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିଲା । ବିରୁଡି ଗାଁକୁ ଯାତାୟତ ପାଇଁ ରାସ୍ତା ଖଣ୍ଡେ ନଥିବାରୁ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ବର୍ତ୍ତମାନ ନବଜାତ ଶିଶୁ ଓ ପ୍ରସୂତି ମହିଳା ଭବାନୀପାଟଣା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

   Related Posts