Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

ରୋହତକ PGI ର ଦାବି – ହେପାଟାଇଟିସ୍-ସି ଔଷଧ ଖାଉଥିବା ଲୋକଙ୍କ ଉପରେ ପ୍ରଭାବ ପକାଉନି କରୋନା

6/08/2020 at 3:24 PM

ରୋହତକ ୦୬/୦୮ : ହେପାଟାଇଟିସ୍-ସି ଔଷଧ ଖାଉଥିବା ଲୋକଙ୍କ ଉପରେ କରୋନା ପ୍ରଭାବ ପକାଉନଥିବା ଜଣାପଡିଛି | ଅନେକ ଦେଶରେ ଏହି ଔଷଧର ଟ୍ରାଏଲ ଚାଲିଛି | ଭାରତରେ ମଧ୍ୟ ଏହି ଔଷଧ ଉପରେ ଗବେଷଣା ଜାରି ରହିଛି | ରୋହତକ ପିଜିଆଇରେ ଏବେ ସୁଦ୍ଧା ଏହିଭଳି ୨ ହଜାର ରୋଗୀଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ ହେପାଟାଇଟିସ-ସି ଔଷଧ ସେବନ କରୁଛନ୍ତି | ଏମାନଙ୍କ ଉପରେ କରୋନା ପ୍ରଭାବ ପକାଉନଥିବା ନଜର ଆସିଥିଲା |

ରୋହତକ ପିଜିଆଇରେ ହେପାଟାଇଟିସ-ସି ର ଷ୍ଟେଟ ନୋଡାଲ ଟ୍ରିଟମେଣ୍ଟ ସେଣ୍ଟର ଅଛି | ଏହି ସେଣ୍ଟରର ଇନଚାର୍ଜ ଅଛନ୍ତି ଦ.ପ୍ରବୀଣ ମଲହୋତ୍ରା | ସେ କହିଛନ୍ତି ଯେ ବ୍ରିଟେନ, ବ୍ରାଜିଲ, ଇରାନ ଓ ସାଉଦି ଆରବ ଆଦି ଦେଶରେ ହେପାଟାଇଟିସ-ସି ପ୍ରଭାବୀ ହୋଇଥିବା ପ୍ରମାଣ ମିଳିଛି | ଏହାର ଔଷଧ ସେବନ କରୁଥିବା ରୋଗୀଙ୍କ ଉପରେ କରୋନା ପ୍ରଭାବ ନଜର ଆସୁନାହିଁ | ଗତ ୪ ମାସ ଭିତରେ ହରିୟାଣାରେ ପାଖାପାଖି ୫ ହଜାର ହେପାଟାଇଟିସ-ସି ରୋଗୀ ଔଷଧ ଖାଉଛନ୍ତି | ସେହି ରୋଗୀଙ୍କ ଉପରେ ଡାକ୍ତର ଗବେଷଣା କରୁଛନ୍ତି ଏବଂ ଏବେ ସୁଦ୍ଧା ୨ ହଜାର ଲୋକଙ୍କ ଡାଟା ସଂଗ୍ରହ କରିଛନ୍ତି ଏବଂ ଏମାନଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନାହିଁ | ତେବେ ଏହା ପରୋକ୍ଷ ପ୍ରମାଣ ବୋଲି ଡାକ୍ତର କହିଛନ୍ତି | ଏହି ଔଷଧ କରୋନା ଭାଇରସ ସହ ଲଢ଼ିବାରେ ସକ୍ଷମ ହୋଇପାରେ ବୋଲି ଡାକ୍ତର କହିଛନ୍ତି |

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରୋହତକ ପିଜିଆଇରେ ହେପାଟାଇଟିସ-ସି ଔଷଧ ପରୀକ୍ଷଣ ପାଇଁ ମଞ୍ଜୁରୀ ମିଳିଛି | ଏଥିପାଇଁ ୮୬ ଲକ୍ଷ ଟଙ୍କା ମଧ୍ୟ ମଂଜୁର ହୋଇଛି | ସ୍ୱାସ୍ଥ୍ୟ ବିଶ୍ୱ ବିଦ୍ୟାଳୟର ଭାଇସ ଚାନ୍ସେଲର ଦ.ଓପି.କାଲରା କହିଛନ୍ତି ଯେ  ବିଶ୍ୱର ୫ ଦେଶକୁ ଏହି ଔଷଧ ପରୀକ୍ଷଣ ପାଇଁ ମଞ୍ଜୁରୀ ମିଳିଥିଲା ଯାହାର ଫଳାଫଳ ସକାରାତ୍ମକ ଆସିଛି | ଏହାପରେ ରୋହତକ ପିଜିଆଇ ତରଫରୁ ପରୀକ୍ଷଣ ପାଇଁ ଡିପାର୍ଟମେଣ୍ଟ ଅଫ ବାୟୋଟେକ୍ନୋଲୋଜି ଠାରୁ ଅନୁମତି ନିଆଯାଇଥିଲା |

   Related Posts