ଆକ୍ସନ ମୋଡ୍‌ରେ 5T ସଚିବ- ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଅବହେଳା ମହଙ୍ଗା ପଡ଼ିଲା

Published By : Prameya-News7 Bureau | October 13, 2019 IST

ସୁନ୍ଦରଗଡ - ଆକ୍ସନ ମୋଡ୍‌ରେ 5T ସଚିବ ।ମହଙ୍ଗା ପଡ଼ିଲା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଅବହେଳା । ସିଡିଏମ୍‌ଓ ସସ୍‌ପେଣ୍ଡ, ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍‌ । 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ନେତୃତ୍ବରେ ଆଜି ସୁନ୍ଦରଗଡ଼ ଯାଇଥିବା ଏକ ଟିମ୍‌ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା ପରଖିବା ସହିତ କାର୍ଯ୍ୟରେ ଅବହେଳା ନେଇ ସିଡିଏମ୍‌ଓଙ୍କୁ ସସ୍‌ପେଣ୍ଡ କରିଥିବା ବେଳେ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

{"id":169697}

ହସ୍ପିଟାଲରେ ହଇରାଣ ହେଉଛନ୍ତି ରୋଗୀ । ଡାକ୍ତରଖାନାରେ ଡାଏଲିସିସ୍‌ ସୁବିଧା ଥିବା ସତ୍ବେ ରୋଗୀଙ୍କୁ ବାହାରକୁ ପଠାଯାଉଛି । ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଠିକ୍ ନାହିଁ ।ଏମିତି କିଛି ଅଭିଯୋଗ ପାଇଥିଲେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇଥିବା 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ ଏବଂ ତାଙ୍କ ସହିତ ଯାଇଥିବା ଅନ୍ୟ ସଚିବ ମାନେ । ଆଉ ସଙ୍ଗେ ସଙ୍ଗେ ଆକ୍ସନ ମୋଡ୍‌କୁ ଆସିଯାଇଥିଲେ 5T ସଚିବ । ସୁନ୍ଦରଗଡ଼ ସିଡିଏମ୍‌ଓ ପଙ୍କଜ ପଟେଲ୍‌ଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଥିଲା । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କାରଣ ଦର୍ଶାଅ ନୋଟିସ  ଦିଆଯାଇଛି ।  ଏ ସଂପର୍କରେ ନିଲମ୍ବିତ ସିଡିଏମ୍‌ଓ ପଙ୍କଜ ପଟେଲ୍‌ଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ 5T ସଚିବଙ୍କ ଗସ୍ତ ବେଳେ କିଛି ରୋଗୀଙ୍କ ସଂପର୍କୀୟ ଅଭିଯୋଗ କରିଥିଲେ ।

{"id":169698}

5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ସହିତ ଉନ୍ନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ । ପ୍ରଥମେ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଥିଲେ ପରେ ଡାଏଲିସିସ ସେଣ୍ଟର ଓ ମେଡିସିନ୍‌ ୱାର୍ଡକୁ ଯାଇ ରୋଗୀଙ୍କ ସହ ଆଲୋଚନା କରିଥିଲେ।

{"id":169699}

ଆଲୋଚନା ସମୟରେ ରୋଗୀଙ୍କୁ ଠିକ୍‌ ଭାବେ ଖାଦ୍ୟ ଦିଆଯାଉନଥିବା  ଓ ପରୀକ୍ଷା ପାଇଁ ବାହାରେ ଥିବା କ୍ଲିନିକ୍‌ ପଠାଯାଉଥିବା ଅଭିଯୋଗ ହୋଇଥିଲା। ଡାଏଲିସିସି ପାଇଁ ଆସୁଥିବା ରୋଗୀଙ୍କୁ ପୁର୍ବରୁ ପରୀକ୍ଷା ପାଇଁ ବାହାରକୁ ପଠାଯାଉଥିବା ନେଇ ରୋଗୀଙ୍କ ସମ୍ପର୍କିୟ ମାନେ କହିଥିବା ବେଳେ ଡାଏଲିସିସି କରାଯିବା ପାଇଁ ଆବଶ୍ୟକ ସୁବିଧା ନଥିବା ମଧ୍ୟ କହିଛନ୍ତି ରୋଗୀଙ୍କ ସଂପର୍କୀୟ।

{"id":169700}

ସୁନ୍ଦରଗଡ଼ ପରେ ରାଉରକେଲା ସରକାରୀ ଡାକ୍ତରଖାନା ପରିଦର୍ଶନ କରିଥିଲେ 5T ସଚିବ ଏବଂ ତାଙ୍କ ଟିମ୍‌ ।ରୋଗୀଙ୍କ ସହ କଥାବାର୍ତ୍ତା ହେବା ସହିତ ପରିମଳ ବ୍ୟବସ୍ଥା ସଂପର୍କରେ ବୁଝିଥିଲେ ।ତେବେ ଜଣେ ମହିଳା ତାଙ୍କର ନାତିର ଚିକିତ୍ସା ପ୍ରତି ଡାକ୍ତର ଗୁରୁତ୍ବ ନଦେଇ ମୋବାଇଲ୍‌ରେ ବ୍ୟସ୍ତ ଥିବା ଅଭିଯୋଗ କରିଥିଲେ ।ଏହି ଘଟଣାର ତଦନ୍ତ ପାଇଁ 5T ସଚିବ ନିର୍ଦ୍ଦେଶ ଦେଇଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଅଭିଯୋଗର ଖଣ୍ଡନ କରିଛନ୍ତି ।ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି ପାନପୋଷ ଉପଜିଲ୍ଲାପାଳ ବିଶ୍ବଜିତ୍‌ ମହାପାତ୍ର । ସରକାରୀ ଡାକ୍ତରଖାନାରେ ସଚିବଙ୍କ ଏପରି ଅଚାନକ ଗସ୍ତ ବିଗିଡ଼ି ଯାଇଥିବା ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.