ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ରାସ୍ତା ନଥିବାରୁ ୨ କିମି ଷ୍ଟ୍ରେଚରରେ ବୁହାହେଲେ ରୋଗୀ

Published By : Prameya-News7 Bureau | November 14, 2021 IST

କରଞ୍ଜିଆ ୧୪/୧୧: ଅପହଞ୍ଚ ଇଲାକାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ରାସ୍ତା ନଥିବାରୁ ୨ କିମି ଷ୍ଟ୍ରେଚରରେ ବୁହାହେଲେ ଗୁରୁତର ରୋଗୀ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଶିମିଳିପାଳ ଜାତୀୟ ଉଦ୍ୟାନର ଆଭ୍ୟନ୍ତରୀଣରେ ଥିବା ବରେହି ପାଣି ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ ।

ଗ୍ରାମର ୫୦ ବର୍ଷୀୟ ଜୀବନ ଚାକି ନାମକ ଜଣେ ଗୁରୁତର ରୋଗୀଙ୍କୁ ୨ କିମି ଷ୍ଟ୍ରେଚରରେ ବୋହିଆଣିଲେ ୧୦୮ କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟ । ଦୀର୍ଘ ୬ ଘଣ୍ଟାର ପାହାଡିଆ ରାସ୍ତା ଅତିକ୍ରମ କଲାପରେ ଗୁରୁତର ରୋଗୀକୁ ଯଶୀପୁର ମେଡିକାଲରେ ଭର୍ତ୍ତି ତେବେ ବର୍ତ୍ତମାନ ଜୀବନ ଚାକିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.