ଘଟଣା ସାଂଘାତିକ- ଏସ୍‌ସିବି ମେଡିକାଲରୁ ଚିକିତ୍ସାଧିନ ଅବସ୍ଥାରେ କିପରି ଗାଏବ୍ ହୋଇଗଲେ ଅର୍ଦ୍ଧଦଗ୍ଧ ରୋଗୀ

Published By : Prameya-News7 Bureau | October 15, 2019 IST

କଟକ ୧୫।୧୦- କଟକ ଏସ୍ ସି ବି ମେଡିକାଲ୍ ରୁ ଅର୍ଦ୍ଧ ଦଗ୍ଧ ରୋଗୀ ଚିକିତ୍ସାଧିନ ଅବସ୍ଥାରେ ଗାଏବ୍। ପ୍ରାୟ ନବେ ପ୍ରତିଶତ ପୋଡି ଯାଇଥିବା ଜଣେ ଚିକିତ୍ସାଧିନ ଅପରିଚିତ ରୋଗୀ ଗାଏବ୍ ହେଇଗଲେ କଟକ ବଡ ମେଡିକାଲ୍ ରୁ । ରୋଗୀଙ୍କର ପୁରା ଶରୀର ବ୍ୟାଣ୍ଡେଜ୍ ହୋଇଛି,ପୀଡିତଙ୍କ କହିବା ଅନୁସାରେ ଜଟଣୀରେ ତାଙ୍କୁ କେହି ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ।

 ସେ  ମେଡିକାଲ୍ ଡେଷ୍ଟିଚ୍ୟୁଟ୍ ଓ୍ୱାର୍ଡରୁ ବାହାରି ଟ୍ରେନ୍ ଯୋଗେ ଖୋର୍ଦ୍ଧା ଚାଲିଗଲେ। ସେଠାରୁ ଜିଆର୍ ପି ତାଙ୍କ ଅବସ୍ଥା ଦେଖିବା ପରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ କୁ ଆଣିଲେ। ସେଠାରୁ ରୋଗୀ ଜଣକ ଏବେ ପୁଣି ଏସ୍ ସି ବି ରେ ଆସି ପହଞ୍ଚିଲେ ଚିକିତ୍ସା ପାଇଁ,.ଏ ପୁରା ଘଟଣା ଏସ୍ ସି ବି କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ହଠାତ୍ କଟକ ଏସ୍ ସି ବି ମେଡିକାଲର ସର୍ଜରୀ ବିଭାଗର ଡେଷ୍ଟିଚ୍ୟୁଟ୍ ଓ୍ୱାର୍ଡରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଆସି ଚିକିତ୍ସିତ ହେଉଥିବା ଯୁବକ ଗାଏବ୍ ହେଇଗଲେ,ଯୁବକଙ୍କ କହିବା ଅନୁସାରେ ଗତ ୬ ତାରିଖ ସଂଧ୍ୟାରେ ଜଟଣୀରେ କିଛି ଲୋକ ତାଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ସେଠାରୁ ପୋଲିସ୍ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ପ୍ରଥମେ ଖୋର୍ଧା ମେଡିକାଲେରେ ଭର୍ତ୍ତି କରିଥିଲା। ପରେ ଖୋର୍ଦ୍ଧା ମେଡିକାଲରୁ ସେ କ୍ୟାପିଟାଲ୍ ହସ୍ପିଟାଲ୍ ଓ ସେଠାରୁ ଡାକ୍ତରଖାନା ଆମ୍ବୁଲନ୍ସ ଯୋଗେ ତାଙ୍କୁ କଟକ ଏସ୍ ସି ବି କୁ ସ୍ଥାନାନ୍ତର କରାଯାଇଥିଲା। ଯୁବକଙ୍କ ଦେହ ପ୍ରାୟ ନବେ ଭାଗ ପୋଡି ଯାଇଛି,.ପୁରା ଶରୀର ବ୍ୟାଣ୍ଡେଜ୍ ହୋଇଛି,ଏପରି ଅବସ୍ଥାରେ ଚିକିତ୍ସିତ ହେଉଥିବା ଏହି ଯୁବକ ଗତ ୯ତାରିଖରେ କିପରି ଡେଷ୍ଟିଚ୍ୟୁଟ୍ ଓ୍ୱାର୍ଡରୁ ବାହାରି ଟ୍ରେନ୍ ରେ ଖୋର୍ଦ୍ଧା ଚାଲିଗଲେ ସେ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି,ସେପଟେ ଯୁବକଙ୍କୁ ୧୦ ତାରିଖରେ ଖୋର୍ଦ୍ଧା ଜି ଆର ପି ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କଲା। ସେଠାରୁ ସେ ପୁଣି କ୍ୟାପିଟାଲ ହସ୍ପିଟାଲ ଓ ପରେ ପୁଣି ଥରେ ଏସ୍ ସି ବି କୁ ସ୍ଥାନାନ୍ତର ହେଲେ ।

ବହୁ ପଚରା ଉଚରା ପରେ ଯୁବକ ଜଣକ ପୁରୀ ପେଣ୍ଠକଟାରେ ରହନ୍ତି ଓ ତାଙ୍କ ନାଁ ତେଲିପାଇ ଶବର ବୋଲି କହିଛନ୍ତି,ତେବେ ବଡ କଥା ହେଉଛି ଜଟଣୀ ପୋଲିସ୍ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିବା ଏହି ଯୁବକଙ୍କ ଦେହରେ କିପରି ନିଆଁ ଲାଗିଲା ବା କିଏ ନିଆଁ ଲଗାଇଲା ସେ ନେଇ କୌଣସି ଅନୁସନ୍ଧାନ କରି ନାହିଁ । ଯୁବକଙ୍କ କହିବା ଅନୁସାରେ କିଛି ଅଜ୍ଞାତ ଲୋକ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି, ଯୁବକଙ୍କ କଥାରେ ଯଦି ସତ୍ୟତା ଥାଏ, ତେବେ ସେ ମେଡିକାଲ୍ ରୁ ଗାଏବ୍ ହେବା ଯେତିକି ସାଙ୍ଘାତିକ୍, ତାଙ୍କ ଦେହରେ ନିଆଁ ଲାଗିବା ସମ୍ପର୍କରେ ପୋଲିସ୍ କୌଣସି ଛାନ୍ ଭିନ୍ ନକରିବା ବି ସେତିକି ସାଙ୍ଘାତିକ୍,ସେପଟେ ଏପରି ଏକ ସମ୍ବେଦନଶୀଳ ଘଟଣାରେ ଏସ୍ ସି ବି କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ନେଇ ବି ପ୍ରଶ୍ନ ଉଠୁଛି,କାରଣ ଡେଷ୍ଟିଚ୍ୟୁଟ୍ ଓ୍ୱାର୍ଡରେ ୨୪ ଘଣ୍ଟିଆ ଆଟେଣ୍ଡାଣ୍ଟ ବ୍ୟବସ୍ଥା ଥିବା ବେଳେ, ଅର୍ଦ୍ଧ ଦଗ୍ଧ ଯୁବକ ଜଣକ ଓ୍ୱାର୍ଡରୁ ବାହାରି କେଉଁଆଡେ ଗଲେ , ତାହା କେହି କେମିତି ଜାଣି ପାରିଲେ ନାହିଁ । ଏସ୍ ସି ବି କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ସେମାନଙ୍କ ପାଖରେ ଏ ନେଇ କିଛି ସୂଚନା ନଥିଲା। ତେବେ ନ୍ୟୁଜ୍ 7 ପ୍ରତିନିଧିଙ୍କଠାରୁ ଏହା ଜାଣିବା ପରେ ଏ ବାବଦରେ ପଚରା ଉଚରା କରି ପଦକ୍ଷେପ ନେବେ ବୋଲି କହିଛନ୍ତି ଏସ୍ ସି ବି କର୍ତ୍ତୃପକ୍ଷ,

ଏସ୍ ସି ବି ମେଡିକାଲ କଲେଜ୍ ର ଡେଷ୍ଟିଚ୍ୟୁଟ୍ ଓ୍ୱାର୍ଡରେ ପ୍ରତି ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଆଟେଣ୍ଡାଣ୍ଟ ବ୍ୟବସ୍ଥା ରହିଛି। ଏହା ସହ ଓ୍ୱାର୍ଡରେ ସିକ୍ୟୁରିଟି ଗାର୍ଡ ମଧ୍ୟ ରହୁଛନ୍ତି। ଏପରି ସ୍ଥଳେ ଏଭଳି ଜଣେ ପୀଡିତ ମେଡିକାଲ୍ ରୁ ଗାଏବ୍ ହେଇଯିବା ଓ ପରେ ପୁଣି ରେଫର୍ ହେଇ ମେଡିକାଲ ରେ ଆସି ପହଞ୍ଚିବା, କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.