Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଦୁର୍ଘଟଣା ପରେ ଚାଲିବାକୁ ଅକ୍ଷମ ଗାଡି ମେକାନିକ୍ କାର୍ତ୍ତିକ ସୁନ୍ଦରାୟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

27/08/2019 at 5:33 PM

ଖୋର୍ଦ୍ଧା ୨୭|୮: ଗାଡ଼ି ଖରାପ ହେଲେ ମରାମତି କରନ୍ତି ସେ । ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପେଟ ପୋଷନ୍ତି । ହେଲେ ଦଇବ ସହିଲାନି । ଦୁର୍ଘଟଣା ପରେ ଚାଲିବାକୁ ଅକ୍ଷମ ହୋଇପଡ଼ିଲେ ଖୋର୍ଦ୍ଧା ନୂଆ ମେଡିକାଲ ନିକଟରେ ରହୁଥିବା କାର୍ତ୍ତିକ ସୁନ୍ଦରାୟ । ୨ ବର୍ଷ ତଳେ ପୁଣି ସେହି ଗୋଡ଼ରେ ଆଘାତ ଲାଗିଲା । ଡାକ୍ତର ପ୍ଲାଷ୍ଟିକ ସର୍ଜରୀ ପାଇଁ ପରାମର୍ଶ ଦେଇଛନ୍ତି । ହେଲେ ଚିକିତ୍ସାରେ ବାଧକ ସାଜିଛି ଅର୍ଥ ।

ଖୋର୍ଦ୍ଧା  ନୂଆ ମେଡିକାଲ ନିକଟରେ ରହୁନ୍ତି କାର୍ତ୍ତିକ ସୁନ୍ଦରାୟ । ଗାଡ଼ି ଖରାପ ହେଲେ ଖୋଜାପଡ଼ନ୍ତି ସେ ।  ବାଇକ୍ ମେକାନିକ୍ ଭାବେ କାମ କରି ପେଟ ପୋଷୁଥିଲେ । ହେଲେ ଭାଗ୍ୟ ସାଥ୍ ଦେଲାନି । ୧୯୮୦ରେ ସାଇକେଲ୍‌ରେ ଖୋର୍ଦ୍ଧା ବଜାରକୁ ଆସୁଥିବା ବେଳେ ଧକ୍କା ଦେଲା ଟ୍ରକ । ତା ପରଠୁ ଚାଲିବାକୁ ଏକ ପ୍ରକାର ଅକ୍ଷମ ହୋଇଗଲେ କାର୍ତ୍ତିକ ।

କାମ କରିବା ସମୟରେ ୨ ବର୍ଷ ତଳେ ପୁଣି ସେଇ ବାମ ଗୋଡ଼ରେ ଲାଗିଲା । ପ୍ରଥମେ ଖୋର୍ଦ୍ଧା ଏବଂ ପରେ କଟକ ବଡ଼ ଡାକ୍ତରଖାନାରେ ଦେଖାଇଲେ । କ୍ଷତ ସ୍ଥାନ ଭଲ ହେଉନି ।ଡାକ୍ତର ପ୍ଲାଷ୍ଟିକ ସର୍ଜରୀ ପାଇଁ ପରାମର୍ଶ ଦେଇଛନ୍ତି । ହେଲେ ଗୋଡ଼ ପାଇଁ ତ ଗୁଜୁରାଣ ମେଣ୍ଟାଇବାକୁ ବାହାରିପାରିଲେନି । ଏବେ ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଆସିବ ?  ପତ୍ନୀ ଔଷଧ ଲଗାଇବା ସହ ଗଜ୍ କପଡ଼ା ବାନ୍ଧିଦେଉଛନ୍ତି କ୍ଷତ ସ୍ଥାନରେ । ଧରି ଧରି ନବା ଆଣିବା କରୁଛନ୍ତି ।

ଚିକିତ୍ସା ଅଭାବରୁ ରୋଗ କାୟା ବିସ୍ତାର କରୁଛି ଧୀରେ ଧୀରେ ।  କାର୍ତ୍ତିକଙ୍କୁ ସହାୟତା ପ୍ରଦାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । କାର୍ତ୍ତିକଙ୍କୁ କଟକ ବଡ଼ ମେଡିକାଲ ପଠେଇ ସରକାରୀ ସହାୟତାରେ ତାଙ୍କ ଚିକିତ୍ସା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସିଡିଏମଓ ।

   Related Posts