Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରନ୍‌ରେ ଜିତିଲା ପଞ୍ଜାବ
  • ||
  • ରାଜସ୍ଥାନ ରୟାଲ୍ସକୁ ୨୨୨ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗସ୍‌ : କେ.ଏଲ. ରାହୁଲ, ଦୀପକ ହୁଡାଙ୍କ ବିସ୍ଫୋରକ ଅର୍ଦ୍ଧଶତକ
  • ||
  • ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ
  • ||
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||

ମାଲକାନଗିରିରେ ରାସ୍ତା ନଥିବାରୁ ଭାରରେ ବୁହା ହେଲେ ରୋଗୀ

11/08/2018 at 6:51 AM

ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ନାହିଁ ରାସ୍ତା । ଭାରରେ ବୁହା ହେଉଛନ୍ତି ରୋଗୀ । ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଲେ ଯବାନ । ଜଣେ ପ୍ରସବ ମହିଳାଙ୍କୁ ୭ କିଲୋମିଟର ଭାରରେ ବୋହିଲେ ଆଇ.ଟି.ବି.ପି ଯବାନ । ମାଲକାନଗିରି ଛତିଶଗଡ ସୀମାନ୍ତ କୋଣ୍ଡାଗାଓଁ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କୋଣ୍ଡାଗାଓଁ ଜିଲ୍ଲା ହାଡଲେ ଗାଁରେ ଥିବା ୪୧ ବାଟାଲିଆନ୍ ଆଇ.ଟି.ବି.ପି କ୍ୟାମ୍ପର ଯବାନ କମ୍ବିଂ ପାଇଁ ହରିଜନପଡା ଜଙ୍ଗଲକୁ ଯାଉଥିବା ବେଳେ ରୁକମଣି ବାଘେଲ ନାମକ ଜଣେ ଆଦିବାସୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ । କାଦୁଅ ପଚ ପଚ ରାସ୍ତାରେ ଯବାନମାନେ ୭ କିଲୋମିଟର ଭାରରେ ବୋହି ମହିଳାଙ୍କୁ ଆଇ.ଟି.ବି.ପି କ୍ୟାମ୍ପକୁ ଆଣିଥିଲେ । ସେଠାରେ ଯବାନଙ୍କ ପାଇଁ ଥିବା ଡାକ୍ତର ମହିଳାଙ୍କ ଚିକିତ୍ସା କରିଥିଲେ । କ୍ୟାମ୍ପରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ମହିଳା । ପରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଣ୍ଡାଗାଓଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେପଟେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡୁଡେଲଗୁଡା ଗାଁକୁ ଆସିଲାନି ଆମ୍ବୁଲାନ୍ସ । ପ୍ସବ ଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ ଭାରରେ ବୋହିଲେ ପରିବାର ଲୋକେ । ରାସ୍ତା ନଥିବାରୁ ଡୁଡେଲଗୁଡା ଗାଁଠୁ ୩ କିଲୋମିଟର ଦୂରରେ ରହିଲା ଆମ୍ବୁଲାନ୍ସ । ଭାର କରି ପରିବାର ଲୋକ ଆଣିବା ପରେ ଆମ୍ବୁଲାନ୍ସରେ କୋରୁକୋଣ୍ଡା ଗୋ।ଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗଲେ ପ୍ରସୂତି । ମାଲକାନଗିରିରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

   Related Posts