Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

୭୦ହଜାର ଟଙ୍କା ପାଇଁ ବନ୍ଧା ପଡିଛନ୍ତି କଟକର ଘରୋଇ ହସପିଟାଲରେ

28/08/2018 at 12:29 AM

କଟକ ୨୮/୮: ୭୦ହଜାର ଟଙ୍କା ପାଇଁ ବନ୍ଧା ପଡିଛନ୍ତି କଟକର ଘରୋଇ ହସପିଟାଲରେ । ଟଙ୍କା ନମିଳିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ବି ତାଙ୍କୁ ଛାଡୁ ନାହାନ୍ତି । ଏଣେ କିଛି ବୁଦ୍ଧି ବାଟ ନପାଇ ପରିବାର ଲୋକ କେନ୍ଦୁଝର ଜିଲ୍ଲା ପ୍ରଶାସନର ସହାୟତା ଲୋଡିଛନ୍ତି । ଗରିବ ଆଦିବାସୀ ଘରୋଇ ହସପିଟାଲର ବ୍ୟବସ୍ଥା ସଂପର୍କରେ ଜାଣି ନଥିଲେ ।ଦଲାଲଙ୍କ କବଳରେ ପଡି କଟକ ଏସ୍ସିବି ମେଡକାଲ ବଦଳରେ କଟକ ଲିଙ୍କ ରୋଡରେ ଥିବା ସିଲଭରସିଟି ଘରୋଇ ହସପିଟାଲରେ ଭର୍ତ୍ତି ହୋଇ ଯାଇଥିଲେ । ହେଲେ ଏବେ ବନ୍ଧା ପଡି ଯାଇଛନ୍ତି କେନ୍ଦୁଝର ସଦରବ୍ଲକ ଶଙ୍କିରୀ ଗାଁର ଗରିବ ଆଦିବାସୀ ଶୁକଲାଲ ମୁଣ୍ଡା । ଶୁକଲାଲ ଏବଂ ତାଙ୍କ ଝିଅଙ୍କୁ ଗତ ୧୭ ତାରିଖ ରାତିରେ ବିଷାକ୍ତ ସାପ କାମୁଡିଥିଲା । ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଝିଅର ମୃତ୍ୟୁ ହୋଇ ଯାଇଥିଲା । ଶୁକଲାଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ବଡମେଡିକାଲ ରେଫର କରିଥିଲେ । ହେଲେ ଶୁକଲାଲ କେମିତି କଟକ ଯିବେ ସେନେଇ କେହି ବି ଚିନ୍ତା କଲେନି । ଏତିକି ବେଳେ ଦଲାଲ ହାବୁଡରେ ପଡିଯାଇଥିଲେ । ୪ହଜାର ଟଙ୍କା ନେଇ ଦଲାଲ ଜଣକ ତାଙ୍କୁ କଟକ ଘରୋଇ ଆମ୍ବୁଲାନ୍ସରେ ଆଣିଥିଲେ । ହେଲେ ଏସ୍ସିବିରେ ଭର୍ତି ନକରି କଟକ ଲିଙ୍କରୋଡରେ ଥିବା ସିଲଭରସିଟି ଘରୋଇ ହସପିଟାଲରେ ଭର୍ତ୍ତି କରିଦେଇଥିଲେ । ଆଉ ତାପରେ ପାଣି ପରି ଟଙ୍କା ଖର୍ଚ୍ଚ ହୋଇଥିଲା । ଶୁକଲାଲଙ୍କ ପତ୍ନୀ ତୁଳସୀ ଛେଳି, ଗାଇ ଏବଂ ଧାନ ବିକି ଟଙ୍କା ଯୋଗାଡ କରି ଚାଲିଥିଲେ । ଶେଷରେ ନିଜ ଘର ଖଣ୍ଡିକ ବନ୍ଧା ପକାଇ ଥିଲେ। ତୁଳସୀଙ୍କ କହିବା ଅନୁଯାୟୀ ଏବେ ପର୍ଯ୍ୟନ୍ତ ସେ ୪୫ହଜାର ଟଙ୍କା ଦେଇଥିଲେ ବି ହସପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଆହୁରି ୭୦ହଜାର ଟଙ୍କା ମାଗୁଛନ୍ତି । ନଚେତ ରୋଗୀକୁ ଛଡାଯିବ ନାହିଁ ବୋଲି କହିଛନ୍ତି । ଏପରିକି ଟଙ୍କା ନଦେବା ଯାଏ ରୋଗୀକୁ ଦେଖାକରିବାକୁ ଦେଉନଥିବା ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟ ହୋଇ ତୁଳସୀ ଏବେ କେନ୍ଦୁଝର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ।

   Related Posts