Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଯୋଜନା କାହା ପାଇଁ ? ମାଲକାନଗିରିରେ ହୃଦୟ ବିଦାରକ ଘଟଣା, ରୋଗୀଙ୍କୁ ଟ୍ରଲିରେ ୨୦କିମି ବୋହିଲେ ପରିବାର ଲୋକେ

31/10/2021 at 3:46 PM

ମାଲକାନଗିରି ୩୧/୧୦ : ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । କିନ୍ତୁ ଯୋଜନାର ସଫଳ ରୂପାୟନ ହେଉଛି କି ନାହିଁ ତାକୁ ଦେଖିବାକୁ ଯେମିତି କେହି ନାହାଁନ୍ତି । ପ୍ରଶାସନର ଅବ୍ୟବସ୍ଥା ପାଇଁ ଦୟନୀୟ ଅବସ୍ଥାରେ ରହୁଛନ୍ତି ସାଧାରଣ ଲୋକେ । ଗରିବ ଖଟିଖିଆଙ୍କ ପାଇଁ ବ୍ୟବସ୍ଥା ଅପହଞ୍ଚ ହୋଇପଡିଛି ।

ମାଲକାନଗିରି ଜିଲ୍ଲାରେ ଏଭଳି ଏକ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ଯେ କେହି ହତବାକ୍‌ ହୋଇପଡିବେ । ପ୍ରଥମେ ସରକାରୀ ବ୍ୟବସ୍ଥା ଏବଂ ପରେ ଘରୋଇ କମ୍ପାନୀର ମନ ମୁଖୀ କାର୍ଯ୍ୟ ଯୋଗୁଁ ଜଣେ ଗରିବ ଚାଷୀ ତାଙ୍କର ଶଯ୍ୟାଶାୟୀ ରୋଗୀଣୀ ମାଆଙ୍କୁ ଠେଲା ଟ୍ରଲିରେ ବୋହି ୨୦ କିଲୋମିଟର ରାସ୍ତା ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରସାଶନ ପକ୍ଷରୁ ଆମ୍ବୁଲାନ୍ସଟିଏ ମଧ୍ୟ ଯୋଗାଇ ଦିଆଯାଇ ପାରିନାହିଁ ।

ଅନ୍ୟପଟେ ଟାଟା ପାୱାର କମ୍ପାନୀ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ପୁଅ ଦିପକ ଦେ । ମନମୁଖୀ କାର୍ଯ୍ୟ ପାଇଁ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ମଧ୍ୟ କହିଛନ୍ତି ଏମ.ଭି.୪୦ ଗାଁ ର ଦିପକ ଦେ ଓ ତାଙ୍କ ପରିବାର ଲୋକେ । ଟାଟା ପାୱାର କମ୍ପାନୀର ଦୁର୍ବ୍ୟବହାର ଓ ମନ ମୁଖି କାର୍ଯ୍ୟ ଯୋଗୁଁ ଏହି ଗରିବ ଚାଷୀ ଜଣକ ଏପରି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ବିଦ୍ୟୁତ ବିଲ୍ ପୈଠ କରିବା ପରେ ମଧ୍ୟ ଟାଟା ପାୱାର କମ୍ପାନୀ ତାଙ୍କ ଘର ଏବଂ ଚାଷ ଜମିର ବିଦ୍ୟୁତ ସଂଯୋଗ କାଟି ଦେଇଛନ୍ତି । ଘରେ ରୋଗରେ ଶଯ୍ୟାଶାୟୀ ମାଆ ଗରମରେ ଛଟ ପଟ ହେଉଥିବା ବେଳେ ବିଦ୍ୟୁତ ବିଭାଗ ତାଙ୍କ ପ୍ରତି ଦୃଷ୍ଟିପାତ ନଦେଇ ଓଲଟା ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ବତ୍ତର୍ମାନ ସୁଦ୍ଧା ବିଦ୍ୟୁତ ବିଭାଗ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

   Related Posts