ବୁର୍ଲା ଭିମସାରରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ

Published By : Prameya-News7 Bureau | December 03, 2018 IST

ସମ୍ବଲପୁର ୩/୧୨ : ୧୫ ଦିନରେ ପହଞ୍ଚିଛି ବୁର୍ଲା ଭୀମ୍‌ସାରରେ ଚାଲିଥିବା ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ । ଆନ୍ଦୋଳନ ଯୋଗୁ ରୋଗୀସେବା ବାଧାପ୍ରାପ୍ତ ହୋଇନଥିବା ବେଳେ କେତେକ କ୍ଷେତ୍ରରେ ପରିସ୍ଥିତି ଖରାପ ରହିଛି ବୋଲି ଭୀମ୍‌ସାର ନିର୍ଦ୍ଦେଶକ କହିଛନ୍ତି । ସେପଟେ ଆଜି ଜେଡିଏର ୫ ଜଣିଆ ଟିମ୍‌ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଭୁବନେଶ୍ବର ଆସିଛନ୍ତି । ଗତ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ  ଜେଡିଏ ସହ ଆଲୋଚନା କରିବାକୁ ଡାକିଥିଲେ । ତେବେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ୪୮ ଘଣ୍ଟିଆ ପଶ୍ଚିମ ଓଡିଶା ମହାବନ୍ଦ ଯୋଗୁ ଟିମ୍‌ ଆସିପାରିନଥିଲା । ତେଣୁ ଆଜି ଯଦି ସ୍ବାସ୍ଥ୍ୟମନ୍ତ୍ରୀ ଭେଟିବାକୁ କୁହନ୍ତି ତାହେଲେ ସମସ୍ୟାର କୌଣସି ସମାଧାନ ବାହାରିବ ବୋଲି ଆଶା କରାଯାଇପାରେ । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ଜଣିଆ ଟିମ୍‌ ଆସି, ଜେଡିଏ ଆଣିଥିବା ଅଭିଯୋଗ ସଂପର୍କରେ, ତଦନ୍ତ କରି ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.