ସରକାରୀ ମେଡିକାଲରେ ପଡିଛି ତାଲା, ଘରକୁ ଫେରିଲେ ରୋଗୀ

Published By : Prameya-News7 Bureau | June 08, 2019 IST

କେନ୍ଦୁଝର ୮|୬: ସରକାରୀ ମେଡିକାଲରେ ତାଲା ପଡିଛି । ଘରକୁ ଫେରିଲେ ରୋଗୀ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପଡିଛି । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସକାଳ ୭ଟାରୁ ଆସିଥିବା ରୋଗୀ ଅପେକ୍ଷା କରି କରି ଦିନ ୧୦ ଟା ପରେ ଘରକୁ ଫେରିଛନ୍ତି । ସେପଟେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁପ୍ରକାଶ ଶତଫଥୀଙ୍କ ସଫେଇ ମେଡିକାଲରେ ଡାକ୍ତର ପଦବୀ ଖାଲି ପଡିଛି । ଆଉ ଦାୟିତ୍ବରେ ଥିବା ଫାର୍ମାସିଷ୍ଟ, ଆୟୁଷ ଡାକ୍ତର, ଡାଟା ଏଣ୍ଟ୍ରି ଅପରେଟର ପ୍ରମୁଖ ପାଟଣା ଯାଇଥିବାରୁ ଏଭଳି ସ୍ଥିତି ଉପୁଜିଛି । ଘଟଣାର ତଦନ୍ତ କରିବା ସହ ନୂଆ ଡାକ୍ତର ନିଯୁକ୍ତି ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.