Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ମସ୍ତିସ୍କ ଟ୍ୟୁମର ଅପରେସନ ବେଳେ ରୋଗୀ ଗାଉଥିଲେ ହନୁମାନ ଚାଳିଶା, ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

27/12/2018 at 7:05 PM

ବିକାନେର ୨୭/୧୨ : ରାଜସ୍ଥାନ ବିକାନେରରୁ ଆସିଛି ଏକ ଆଶ୍ଚର୍ଯ୍ୟ ଘଟଣା | ଜଣେ ରୋଗୀଙ୍କ ବ୍ରେନରେ ଟ୍ୟୁମର ଥିଲା | ସେ ଅପରେସନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ଡାକ୍ତର ଅପରେସନ କରିବା ସମୟରେ ରୋଗୀ ଜଣକ ହନୁମାନ ଚାଳିଶା ଗାଈ ଚାଲିଥିଲେ | ଏପଟେ ଡାକ୍ତର ବ୍ରେନରୁ ଟ୍ୟୁମର କାଢ଼ିଦେଲେ |

ସୂଚନାଯୋଗ୍ୟ ଯେ, ବିକାନେର ଅନ୍ତର୍ଗତ ଡୁଙ୍ଗରଗଡ଼ର ଜଣେ ୩୦ ବର୍ଷ ବୟସ୍କ ଯୁବକଙ୍କୁ ଅପସ୍ମାର ରୋଗ ଥିଲା | ଡାକ୍ତର ତାଙ୍କର ବାୟୋପ୍ସି କରିବାରୁ ଜଣାପଡିଥିଲା ଯେ, ତାଙ୍କୁ ଗ୍ରେଡ଼-୨ ବ୍ରେନ ଟ୍ୟୁମର ରହିଛି | ଏହାପରେ ଡାକ୍ତର ତାଙ୍କୁ ଅପରେସନ କରି ଟ୍ୟୁମର କାଢ଼ିବ ପାଇଁ କହିଥିଲେ |

ନ୍ୟୁରୋ ସର୍ଜରୀ ବିଭାଗର ବରିଷ୍ଠ ଡାକ୍ତର କେ.କେ.ବଂଶଲ ତାଙ୍କର ଅପରେସନ କରିଥିଲେ | ଡାକ୍ତର କହିଥିଲେ ଯେ, ଯୁବକଙ୍କ ମୁଣ୍ଡର ଗୋଟିଏ ଅଂଶରେ ଟ୍ୟୁମର ଥିବା ଯୋଗୁଁ ତାଙ୍କୁ କଥା କହିବାରେ ଅସୁବିଧା ହେଉଥିଲା | ତାଙ୍କ ଅପରେସନ ମଧ୍ୟ ବହୁତ କଷ୍ଟସାଧ୍ୟ ଥିଲା ବୋଲି ଡାକ୍ତର କହିଥିଲେ | ବହୁତ ସତର୍କତାର ସହ ଡାକ୍ତର ଅପରେସନ କରି ମୁଣ୍ଡରୁ ଟ୍ୟୁମର ବାହାର କରିବାରେ ସଫଳ ହୋଇଥିଲେ |

ଡାକ୍ତର କେ.କେ.ବଂଶଲ କହିଛନ୍ତି ଯେ, ଡାକ୍ତରଙ୍କ ସହ ପରାମର୍ଶ କରି ରୋଗୀଙ୍କୁ ଚେତାଶୂନ୍ୟ ନକରି ଅପରେସନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ | ଏ ସମ୍ପର୍କରେ ରୋଗୀଙ୍କୁ କହିବା ପରେ ସେ ଅତ୍ୟନ୍ତ ଡରି ଯାଇଥିଲେ | ସେ ଅପରେସନ ପାଇଁ ମନା କରି ଦେଇଥିଲେ କିନ୍ତୁ ପରେ ବୁଝାସୁଝା କରିବାରୁ ରାଜି ହୋଇଯାଇଥିଲେ | ଅପରେସନ ବେଳେ ଡାକ୍ତରମାନେ ଯୁବକଙ୍କ ସହ କଥାବାର୍ତ୍ତା ହେଉଥିଲେ | ଆଉ ରୋଗୀ ନିଜେ ହନୁମାନ ଚାଳିଶା ଗାଉଥିଲେ |

ଅପରେସନ ବେଳେ ରୋଗୀଙ୍କୁ ଯେମିତି କଷ୍ଟ ହେବନି ସେଥିପାଇଁ ତାଙ୍କୁ ଲୋକାଲ ଅନେସ୍ଥେସିଆ ଦିଆଯାଇଥିଲା ବୋଲି ଡାକ୍ତର କହିଛନ୍ତି | ଯାହାଫଳରେ ସେ ବେହୋସ ହୋଇନଥିଲେ | ତେବେ ଡାକ୍ତର ନିଜେ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ରୋଗୀଙ୍କ ହନୁମାନ ଚାଳିଶା ଗାଇବା ତାଙ୍କ ପାଇଁ ବହୁତ ସାହଯ୍ୟପୂର୍ଣ ଥିଲା | କାରଣ ହନୁମାନ ଚାଳିଶା ଗାଇବା ଦ୍ୱାରା ରୋଗୀଙ୍କ ଲକ୍ଷ୍ୟ ଭ୍ରଷ୍ଟ ହୋଇନଥିଲା ଏବଂ ଡାକ୍ତର ସହଜରେ ଅପରେସନ କରି ଟ୍ୟୁମର ବାହାର କରିପାରିଥିଲେ | ତେବେ ଅପରେସନ ବେଳେ ରୋଗୀ ନିଜେ ହନୁମାନ ଚାଳିଶା ଗାଇବା ଭାରତରେ ପ୍ରଥମ ଘଟଣା |

   Related Posts