O+ ବଦଳରେ ରୋଗୀଙ୍କୁ ଦେଇଦେଲେ B+ ରକ୍ତ, ଚାଲିଗଲା ମହିଳାଙ୍କ ଜୀବନ !

Published By : Prameya-News7 Bureau | November 12, 2021 IST

ରାଉରକେଲା ୧୨।୧୧: ଭୁଲ୍ ରକ୍ତ ପାଇଁ ଜଣେ ମହିଳା ରୋଗୀଙ୍କ ଜୀବନ ଯାଇଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୁନ୍ଦରଗଡ ବୁଡାକଟା ଗାଁର ସରୋଜିନୀ କାକ ସିକିଲିଙ୍ଗ ରୋଗୀ ।

ସୂଚନାଯୋଗ୍ୟ ଯେ, ଗତ ରବିବାର ରାତିରେ  ସୁନ୍ଦରଗଡ ବୁଡାକଟା ଗାଁର ସରୋଜିନୀ କାକ RGHରେ ଭର୍ତ୍ତି ହୋଇଥିଲେ । ତେବେ ରକ୍ତ ଆବଶ୍ୟକ ହେଲାରୁ ରକ୍ତ ଦିଆଗଲା । ହେଲେ ରୋଗୀଙ୍କୁ ଓ-ପଜିଟିଭ ରକ୍ତ ଦିଆଯିବା ପରିବର୍ତ୍ତେ ବି-ପଜିଟିଭ୍ ରକ୍ତ ଦିଆଯାଇଥିଲା । ଫଳରେ ରୋଗୀଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବା ପରେ ରୋଗୀଙ୍କ ଭଉଣୀ ଡାକ୍ତର ଏବଂ ନର୍ସଙ୍କୁ ଜଣାଇଥିଲେ । ହେଲେ କେହି ତାଙ୍କ କଥାକୁ ଗୁରୁତ୍ବ ଦେଇନଥିଲେ କି ଠିକ୍ ସେ ଚିକିତ୍ସ। କରିନଥିଲେ । ଫଳରେ ମହିଳାଙ୍କ ଜୀବନ ଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ପରିବାର ଲୋକେ ଡାକ୍ତର, ନର୍ସଙ୍କ ସହ ରକ୍ତ ନମୁନା ପୃଥକୀ କରଣ କରୁଥିବା କର୍ମଚାରୀଙ୍କୁ ଦାୟୀ କରିଛନ୍ତି ।

ଅନ୍ୟପଟେ ଏହାର ତଦନ୍ତ କରାଯାଇ ରିପୋର୍ଟ ଆସିବା ପରେ ଯାହାର ଭୁଲ୍ ଥିବ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି RGH ଡେପୁଟି ସୁପରିଟେଣ୍ଡେଣ୍ଟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.