ପୁଣି ଭାରେରେ ବୁହାହେଲେ ରୋଗୀ
1/08/2018 at 10:53 AM

ଭାରେରେ ବୁହାହେଲେ ରୋଗୀ । ଜଣେ ମହିଳା ରୋଗୀଙ୍କୁ ୫ କିଲୋମିଟର ଭାରରେ ବୋହିବା ପରେ ଅଟୋରେ ଡାକ୍ତରଖାନାକୁ ଗଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କରପା ପଞ୍ଚାୟତ ଲଣ୍ଡାବାଲି ଗାଁରେ । ଗତକାଲି ଅଜଣା ରୋଗରେ ଆକ୍ରାନ୍ତ ତାକୁଲି ପ୍ରାସ୍କାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତାରାଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ । ହେଲେ ଆମ୍ବୁଲାନ୍ସ ନଆସିବାରୁ ଶେଷରେ ଗାଁ ଲୋକଙ୍କ ସହାୟତାରେ ଭାରାରେ ବୋହି ମୁର୍ଗାକଣା ଗାଁ ନିକଟକୁ ଆଣିଥିଲେ ପରିବାର ଲୋକେ । ସେଠାରୁ ଏକ ଅଟୋ ଭଡା କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।
Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021