ଭୁବନେଶ୍ୱର ଫାୟାର ଷ୍ଟେସନ ଓଭର ବ୍ରିଜ୍ ଉପରେ ଆମ୍ବୁଲାନ୍ସରୁ ଖସି ରୋଗୀ ଗୁରୁତର
13/09/2018 at 4:22 PM

ଭୁବନେଶ୍ୱର ୧୩/୯ : ଭୁବନେଶ୍ୱର ଫାୟାର ଷ୍ଟେସନ ଓଭର ବ୍ରିଜ୍ ଉପରେ ଘଟିଛି ଅଭାବନୀୟ ଘଟଣା । ରୋଗୀ ଆମ୍ବୁଲାନ୍ସରୁ ଖସି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି । ମଦ ପିଇ ଆମ୍ବୁଲାନ୍ସ ଚଳାଉଥିବା ଡ୍ରାଇଭରରର ଅବହେଳା ଯୋଗୁଁ ଏପରି ଘଟଣା ଘଟିଛି ବୋଲି ଅଭିଯୋଗ ହୋଇଛି । ଆମ୍ବୁଲାନ୍ସରେ ଦୁଇଜଣ ରୋଗୀ ଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ନୟାପଲ୍ଲୀରୁ ଖୋର୍ଦ୍ଧା ନିଆଯାଉଥିଲା। ସେହି ସମୟରେ ବେପାରୁଆ ଡ୍ରାଇଭର ପାଇଁ ଜଣେ ରୋଗୀ ଅଚେତ ଅବସ୍ଥାରେ ଗାଡିରୁ ଗଳି ପଡିଥିଲେ । ରାସ୍ତାରେ ଯାଉଥିବା ଲୋକ ତାଙ୍କୁ ଦେଖି ଉଦ୍ଧାର କରିଥିଲେ । ଏ ନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ପଠାଇଛି ।
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021