୧୦୮ ଆମ୍ବୁଲାନ୍ସରେ ଅକ୍ସିଜେନ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | September 22, 2018 IST

କଳାହାଣ୍ଡି ୨୨|୯: ୧୦୮ ଆମ୍ବୁଲାନ୍ସରେ ଅକ୍ସିଜେନ ସରିଯିବାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବ୍ୟବସ୍ଥାଗତ ତ୍ରୁଟି ପାଇଁ ୧୦୮ ଆମ୍ବୁଲାନ୍ସରେ ହିଁ ଜୀବନ ହାରି ଦେଲା ଯୁବକ । ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉତ୍ତେଜନା ଦେଖାଦେଇଛି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଜୟପାଟଣାର ୩୪ବର୍ଷିୀୟ ଗଗନ ବାଗଙ୍କୁ ଜ୍ବର ହେବା ଯୋଗୁଁ ସେ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାସ୍ତର କରାଯାଇଥିଲା। ତେବେ ୧୦୮ଆମ୍ବୁଲାନ୍ସ ଯୋଗେ ଗଗନକୁ ସ୍ଥାନାନ୍ତର କରାଯାଇଥିବା ବଳେ ଅକ୍ସିଜେନ ଶେଷ ହୋଇଯାଇଥିଲା । ଫଳରେ ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହୋଇଥିଲା । ୧୦୮ ଆମ୍ବୁଲାନ୍ସ ଜୁନାଗଡ ମେଡିକାଲରେ ଅକ୍ସିଜେନ ବ୍ୟବସ୍ଥା ପାଇଁ ଅନୁରୋଧ କରିଥିଲେ ମଧ୍ୟ ରାତିରେ କେହି ଶୁମିନଥିଲେ । ଫଳରେ ଭବାନୀପାଟଣା ପହଞ୍ଚିବା ପୁର୍ବରୁ ରୋଗୀ ଙ୍କ ମୃତ୍ୟୁ ହୋଇଯାଇଥିଲା । ଯାହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ୧୦୮ଆମ୍ବୁଲାନ୍ସର ଦାୟୀତ୍ବ ହୀନତା ଓ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବହେଳା ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.