Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

୧୦୮ ଆମ୍ବୁଲାନ୍ସରେ ସରିଗଲା ଅକ୍ସିଜେନ : ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଦେଲେ ରୋଗୀ, ତଦନ୍ତ ନିର୍ଦ୍ଦେଶ

22/09/2018 at 7:36 PM

କଳାହାଣ୍ଡି ୨୨|୯: ୧୦୮ ଆମ୍ବୁଲାନ୍ସରେ ସରିଗଲା ଅକ୍ସିଜେନ, ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଦେଲେ ରୋଗୀ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣାରେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାୟିତ୍ବହୀନତା ଆଉ ଜୁନାଗଡ଼ ହସ୍ପିଟାଲ ଡାକ୍ତର ଓ କର୍ମଚାରୀଙ୍କ ଅମାନବିକତା ଯୋଗୁଁ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ରେଫର ବେଳେ ଚାଲି ଯାଇଛି ଜଣେ ଯୁବକଙ୍କ ଜୀବନ ।
ଏଭଳି ସାଂଘାତିକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ । ମୃତକ ୩୬ ବର୍ଷୀୟ ଗଗନ ବାଗ । ଜୟପାଟଣା ହସ୍ପିଟାଲରୁ ଭବାନୀପାଟଣା ରେଫର୍ ହୋଇଥିଲେ ଗଗନ । ବିଜମରା ନିକଟରେ ଯନ୍ତ୍ରଣାରେ ଛଟପଟ ହେବାରୁ ଜଣାପଡିଲା ଅକ୍ସିଜେନ୍ ଶେଷ ହୋଇଯାଇଛି । ସେମିତି ଅବସ୍ଥାରେ ତାଙ୍କୁ ନିଆଯାଇଥିଲା ୪୦ କିଲୋମିଟର ଦୂର ଜୁନାଗଡ଼ ହସ୍ପିଟାଲକୁ । ସେଠାରେ ମଧ୍ୟ ଡାକ୍ତର କିମ୍ବା କର୍ମଚାରୀଙ୍କ ସହଯୋଗ ମିଳି ନଥିବା ଅଭିଯୋଗ ହୋଇଛି ।
ଭୀଷଣ ଜ୍ବର ଯୋଗୁଁ ଗଗନଙ୍କୁ ଜୟପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ରାତି ପ୍ରାୟ ଗୋଟାଏ ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପଟଣାକୁ ରେଫର କରାଯାଇଥିଲା । ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଆଖି ବୁଜି ଦେଇଥିଲେ ଗଗନ । ଯାହାକୁ ନେଇ ଭବାନୀପାଟଣା ହସ୍ପିଟାଲରେ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା । ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
୧୦୮ଆମ୍ବୁଲାନ୍ସରେ ଅକ୍ସିଜେନ୍ ସରିଯିବା ଯେତିକି ବଡମ୍ବନା ତାଠାରୁ ବଳିଗଲା ଜୁନାଗଡ଼ ହସ୍ପିଟାଲ ଡାକ୍ତର ଓ କର୍ମଚାରୀଙ୍କ ଅମାନବିକତା ।

   Related Posts