ଭଦ୍ରକରୁ ଚିହ୍ନଟ ପାଞ୍ଚ କରୋନା ପଜିଟିଭ୍ଙ୍କ ତଥ୍ୟ ଜାରି , ସମସ୍ତେ ପୁରୁଷ
20/04/2020 at 12:49 PM

ଭୁବନେଶ୍ୱର ୨୦।୦୪: ଆଜି ରାଜ୍ୟରେ ସାତ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଭଦ୍ରକର ପାଞ୍ଚଜଣ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ବୋଲି ଦୁଇ ଜଣଜଣାପଡିଛି । ତେବେ ଉଭୟ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣେ ୩୨ବର୍ଷର ବ୍ୟକ୍ତି ହୋଇଥିବା ବେଳେ ଅନ୍ୟ ଜଣେ ଦୁଇ ବର୍ଷର ଛୋଟ ଝିଅ ବୋଲି ଜଣାପଡିଛି । ତେବେ ସେହିପରି ଭଦ୍ରକର ଚିହ୍ନଟ ହୋଇଥିବା ପାଞ୍ଚଜଣଙ୍କ ମଧ୍ୟରେ ଯଥାକ୍ରମେ ବୟସ ୪୮ ବର୍ଷ, ୫୫ ବର୍ଷ , ୫୭ ବର୍ଷ, ୫୮ ବର୍ଷ ଓ ୬୬ ବର୍ଷ ବୋଲି ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ତେବେ ଭଦ୍ରକରୁ ଆଜି ଚିହ୍ନଟ ହୋଇଥିବା ସମସ୍ତ ପାଞ୍ଚଜଣ ପୁରୁଷ ବୋଲି ଜଣାପଡିଛି । ଏନେଇ ରାଜ୍ୟର ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।