ଆସିଲା ୬୭-୬୮ନଂ କରୋନା ପଜିଟିଭ୍‌ଙ୍କ ତଥ୍ୟ, ଜଣଙ୍କର ବୟସ ୨ବର୍ଷ

Published By : Prameya-News7 Bureau | April 20, 2020 IST

ଭୁବନେଶ୍ୱର ୨୦।୦୪: ଆଜି ରାଜ୍ୟରେ ସାତ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକର ପାଞ୍ଚଜଣ ହୋଇଥିବା ବେଳେ ଦୁଇ ଜଣ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି । ତେବେ ବାଲେଶ୍ୱରର ଚିହ୍ନଟ ହୋଇଥିବା ଦୁଇଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୩୨ବର୍ଷର ବ୍ୟକ୍ତି ହୋଇଥିବା ବେଳେ ଅନ୍ୟ ଜଣଙ୍କ ଦୁଇ ବର୍ଷର ଛୋଟ ଝିଅ ବୋଲି ଜଣାପଡିଛି । ଏନେଇ ରାଜ୍ୟର ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ତେବେ ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି ।

wp:core-embed/twitter {"url":"https://twitter.com/IPR_Odisha/status/1252133402767228928","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1252133402767228928
/wp:core-embed/twitter

ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପରେ ଆକ୍ରାନ୍ତଙ୍କ ପରିବାର ଲୋକଙ୍କ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏପ୍ରିଲ ୧୬ ତାରିଖରେ ତାହାର ଗଳାରୁ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିଲା । ୨୦ ତାରିଖରେ ତାହା ପଜେଟିଭ୍‌ ଥିବା ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.