ଢେଙ୍କାନାଳର ମୁଖ୍ୟ ଡାକ୍ତରଖାନାର ୪ ମହଲା ଛାତରୁ ପଡି ରୋଗୀର ମୃତ୍ୟୁ
Published By : Prameya-News7 Bureau | November 18, 2018 IST
ଢେଙ୍କାନାଳ ୧୮/୧୧: ଢେଙ୍କାନାଳର ମୁଖ୍ୟ ଡାକ୍ତରଖାନାରେ ଅଘଟଣ ଘଟିଛି। ୪ ମହଲା ଛାତରୁ ପଡି ରୋଗୀର ମୃତ୍ୟୁ ଘଟିଛି। ମୃତକ ହେଲେ ସଦର ଥାନା ହରିଡାପଶିର ଖଗେଶ୍ବର ଭୋଳ। ଗତକାଲି ସକାଳେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ। ଟାଉନ ଥାନା ପୋଲିସ ଏନେଇ ତଦନ୍ତ ଚଳାଇଛି।