ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀଙ୍କ ଆତ୍ମହତ୍ୟା , ସ୍ତ୍ରୀ ଛାଡିଗଲା ବୋଲି ନର୍ସଙ୍କ ଆଗରେ କରୁଥିଲେ ପ୍ରଳାପ

Published By : Prameya-News7 Bureau | May 01, 2019 IST

ବାଲେଶ୍ବର୫|୧:  ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟର ସଂକ୍ରାମକ ରୋଗ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ସେଠାର ଥିବା ପାଇଖାନାରେ  ନିଜ ଗାମୁଛାକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା  ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ନା ସୁବାସ। ତାଙ୍କର ଘର ଆସାମରେ ବୋଲି ଜଣାପଡିଛି।

{"id":109664}

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ହେଲ୍ପ ଡ଼େସ୍କର ପିଲାମାନେ ସୁବାସଙ୍କୁ ରକ୍ତାକ୍ତ ଅବସ୍ଥାରେ ଆଣି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେତେବେଳେ ସେ ପାଗଳଭଳି ହେଉଥିଲେ। ଇଞେକ୍ସନ ଦେବାପରେ ସେ ଶୋଇ ଯାଇଥିଲେ। ଆଜି ସକାଳେ ନର୍ସଙ୍କୁ କହିଥିଲେ ଯେ, ସେ ଟ୍ରେନ୍ ରେ ଯାଉଥିବାବେଳେ ତଳକୁ ଖସିପଡ଼ଥିଲେ। ତେବେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯାଇଛନ୍ତି ବୋଲି ମଧ୍ୟ ସେ ପ୍ରଳାପ କରୁଥିଲେ ।

{"id":109665}

ଆଜି ସକାଳ ୯ଟାରେ ସେ ପାଇଖାନା ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଉ ବାହାରି ନଥିଲେ। ପରେ ଆଉ ଜଣେ ରେଗୀ ପାଇଖାନା ଭିତରକୁ ଯାଇ ଦେଖିଥିଲେ ଯେ ସୁବାସ ସେଠାରେ ଥିବା ଏକ ଲୁହା ରୋଡ଼ରେ ଫାସିଦେଇ ଆତ୍ମହତ୍ୟା କରିଛି। ସେ ଅନ୍ୟମାନଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ମାନସିକ ବିକୃତି ପାଇଁ ସୁବାସ  ଆତ୍ମହତ୍ୟା କରିଥିବା ବୋଲି ପୁଳିସ ସନ୍ଦେହ କରୁଛି।

{"id":109666}

ସୁବାସଙ୍କ ଗୋଡ଼ ତଳେ ଲାଗିଛି।ତେଣୁ କେମିତି ତାଙ୍କର ମୃତ୍ୟୁ ହେଲା ସେ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ପୁଲିସ ଏହାଉପରେ ଅନୁସନ୍ଧାନ ଜାରୀ ରଖଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.