ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ ; ବାଲେଶ୍ବର ବାହାରାପୁରେର ମଶିଣାରେ ବୁହା ହେଲେ ରୋଗୀ

Published By : Prameya-News7 Bureau | November 02, 2018 IST

ବାଲେଶ୍ବର ୨|୧୧:  ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ମଶିଣାରେ ବୁହା ହେଲେ ରୋଗୀ । ବାଲେଶ୍ବର ଖଇରା ବ୍ଲକ୍ ରପେୟା ପଞ୍ଚାୟତ ବାହାରାପୁର ଗାଁ ଗଡାଗଡିଆ ଆଦିବାସୀ ସାହିରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସାହିର ତଦରୀ ସିଂ ଜ୍ବରରେ ପୀଡିତ ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନା ନେବାପାଇଁ ପରିବାର ଲୋକ ନଅ ଶହ ମିଟର ମଶିଣାରେ ବୋହି ବୋହି ମୁଖ୍ୟ ରାସ୍ତା ଅଡା ବଜାରକୁ ଆଣିଥିଲେ । ସେଠାରୁ  ଅଟୋ ଯୋଗେ ଖଇରା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରିଛନ୍ତି । ଗାଁକୁ ଭଲ ରାସ୍ତା ନଥିବାରୁ ଗାଡି ଅଟୋ ଯାଇପାରିନଥିଲା । ଦୀର୍ଘଦିନ ହେବ ଗାଁକୁ ରାସ୍ତା ନଥିବାରୁ ବିଲ ହିଡରେ ଯାତାୟତ କରୁଛନ୍ତି ଲୋକେ । କେବଳ ରାସ୍ତା ସମସ୍ୟା ନୁହେଁ ଗାଁରେ ଆଜି ବି ବିଦ୍ୟୁତ୍ ଅପହଞ୍ଚ । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.