ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ୧୦୮ ଆମ୍ବୁଲାନ୍ସ, ଟ୍ରଲିରେ ବୁହାହେଲେ ରୋଗୀ

Published By : Prameya-News7 Bureau | February 11, 2020 IST

ସୋର ୧୧।୨: ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଆସିପାରିଲାନି ୧୦୮ ଆମ୍ବୁଲାନ୍ସ । ଟ୍ରଲିରେ ବୁହା ହେଲେ ରୋଗୀ । ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ମାଣିତ୍ରି ପଂଚାୟତରେ ।

ସୂଚନାଯୋଗ୍ୟ ଯେ, ସୋର ବ୍ଲକଠାରୁ ୫କି.ମି. ଦୂରରେ ରହିଛି ଏହି ଗ୍ରାମ । ମାତ୍ର ସରକାରୀ ଯୋଜନା ଏଠି ଅପହଂଚ । ଅସରାଏ ବର୍ଷା ହେଲେ ଏହି ଗ୍ରାମର ଲୋକେ ଯିବା ଆସିବା କରିବା ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ଦୀର୍ଘ ବର୍ଷ ଧରି ଏହି ରାସ୍ତା କାମ ପାଇଁ ଦାବି କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଫଳରେ ଗ୍ରମବାସୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

ଗତକାଲି ସକାଳେ ମାଣିତ୍ରି ଗ୍ରାମର ଶୁକୁରା ମଲ୍ଲିକ ନାମକ ଜଣେ ବୃଦ୍ଧା ହୃଦଘାତ ଯୋଗୁଁ ଗୁରୁତର ହୋଇପଡିଥିଲେ ୧୦୮କୁ ଡକାଯାଇଥିଲା । ମାତ୍ର ରାସ୍ତା ଖରାପ ଯୋଗୁଁ ୧୦୮ ଆସିପାରି ନଥିଲା । ଫଳରେ ପରିବାର ଲୋକ ଦୀର୍ଘ ୧ କି.ମି. ପର୍ଯ୍ୟନ୍ତ ରୋଗୀଙ୍କୁ ଟ୍ରଲିରେ ବୋହି ଆଣିବାକୁ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.