ପୁଣି ଦୋଳାରେ ବୁହାହେଲେ ରୋଗୀ : ରାସ୍ତା ଖରାପ ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଟାଇଫଏଡ୍ ରୋଗୀଙ୍କୁ ବୁହାହେଲା ୫ କି.ମି.

Published By : Prameya-News7 Bureau | September 11, 2019 IST

ରାୟଗଡା ୧୧।୯: ପୁଣି ଦୋଳାରେ ବୁହାହେଲେ ରୋଗୀ । ରାୟଗଡା ଜିଲ୍ଲାର ବରଜାଖାଲ ଗାଁରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର ଏହି ଦୟନୀୟ ଦୃଶ୍ୟ । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି । ତେଣୁ ଦୋଳା ସାହାଯ୍ୟରେ ଟାଇଫଏଡ ରୋଗୀଙ୍କୁ ପ୍ରାୟ ୫ କିଲୋମିଟର ବୋହିନେଇଛନ୍ତି ପରିବାର ଲୋକ ।

{"id":156055}

ସୂଚନାଯୋଗ୍ୟ ଯେ, ଗାଁର ତିଲାଇ ମାଝୀ ଅସୁସ୍ଥ ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । କିନ୍ତୁ ଗାଁକୁ ବାଟ ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା । ପରିବାର ଲୋକ ତାଙ୍କୁ ବୋହି ବାଫଲାମାଳି ପାହାଡ ତଳକୁ ଆଣିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଁର ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏପରିକି ଗତ ନିର୍ବାଚନରେ ଭୋଟ୍ ବର୍ଜନ କରିଥିଲେ ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.