ଗାଁକୁ ନାହିଁ ରାସ୍ତା, ଭାରରେ ବୁହା ହେଲେ ଅସୁସ୍ଥ ମହିଳା

Published By : Prameya-News7 Bureau | July 19, 2019 IST

ଲକ୍ଷ୍ମୀପୁର ୧୯|୭:  କୋରାପୁଟ ଲକ୍ଷ୍ମୀପୁର କୁତୁକାଝୋଲା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଗାଁକୁ ରାସ୍ତା ନଥିବାରୁ ସମି ମିଣିଆକା ନାମକ ମହିଳାଙ୍କୁ ଭାରରେ ବୁହାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ସେ ଅସୁସ୍ଥ ହେବା ପରେ ଗାଁର ୫ ଜଣ ମିଶି ଏକ ଭାର ମାଧ୍ୟମରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତମାନ ମହିଳା ଜଣକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଗତ ଦୁଇ ମାସ ତଳେ କୋରାପୁଟ ଡାକ୍ତରଖାନାରେ ତାଙ୍କର ଅପରେସନ ମାଧ୍ୟମରେ ପ୍ରସବ ହୋଇଥିଲା । ହେଲେ ଗତକାଲି ତାଙ୍କର ପେଟ ବ୍ୟଥା ହେବା ସହ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ବାଉଁଶ ଝୁଡିରେ ଭାର ବାନ୍ଧି ଲକ୍ଷ୍ମୀପୁର ଡାକ୍ତରଖାନା ଆଣିଥିଲେ ।

ତେବେ ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ ଗାଁର ୪୦ ପରିବାର ସବୁବେଳେ ଏମିତି ସମସ୍ୟାରେ ପଡି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ସଦର ମହକୁମାଠାରୁ ୫କିଲୋମଟର ଦୁରରେ ରହିଥିବା ବେଳେ ପକ୍କା ରାସ୍ତା ପାଇଁ ଜଙ୍ଗଲ ବିଭାଗର ଅନୁମତି ମିଳୁନଥିରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.