ନଦୀ ପାର ହୋଇ ଗାଁରେ ପହଞ୍ଚିଲେ ଆମ୍ବୁଲାନ୍ସ ଡ୍ରାଇଭର, ଗ୍ରାମବାସୀଙ୍କ ସହ ମିଶି ରୋଗୀଙ୍କୁ ବୋହିଲେ ଭାରରେ

Published By : Prameya-News7 Bureau | August 30, 2020 IST

ଜୟପୁର ୩୦।୮: କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକରୁ ଆସିଲା ଅଭାବନୀୟ ଚିତ୍ର । ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆସିଥିଲା ଆମ୍ବୁଲାନ୍ସ ହେଲେ ଗାଁ ଚାରିପଟେ କେବଳ ପାଣି ହିଁ ପାଣି । ଗାଁକୁ ରାସ୍ତା ଖଣ୍ଡେ ବି ନାହିଁ । ଶେଷରେ ବାଧ୍ୟ ହୋଇ ଆମ୍ବୁଲାନ୍ସ ଡ୍ରାଇଭର ନଦୀ ପାର ହୋଇ ଗ୍ରାମବାସୀଙ୍କ ସହ ମିଶି ଭାରରେ ରୋଗୀଙ୍କୁ ବୋହିଲେ । ଜଣେ କି ଦୁଇ ଜଣ ନୁହଁ, ଏପରି ୧୦ରୁ ଅଧିକ ରୋଗୀଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ଭାରରେ ବୋହିଥିବା ଦେଖିବାକୁ ମିଳିଛି ।

{"id":322395,"sizeSlug":"large"}

ବୈପାରୀଗୁଡା ବ୍ଲକ୍ ଅନ୍ତର୍ଗତ ମାଠପଡା ପଞ୍ଚାୟତର ବଣୁଆଗୁଡା ଗ୍ରାମରେ ଏବେ ଝାଡାବାନ୍ତି ଆତଙ୍କ ଲାଗି ରହିଛି । ଆଉ ଏମାନଙ୍କୁ ବୈପାରୀଗୁଡା ଡାକ୍ତରଖାନାରେ ଭର୍ତ୍ତି କରିବାକୁ ୧୦୮ ଆମ୍ବୁଲାନ୍ସକୁ ସ୍ଥାନୀୟ ଆଶା ଦିଦି ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିଥିଲେ ବି ଗାଁରୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇ ପାରିନଥିଲା । ରାସ୍ତା ନଥିବାରୁ ଏଭଳି ସମସ୍ୟା ଏହି ଗାଁ ପାଇଁ ଏବେ ନିତିଦିନିଆ ଘଟଣା ପାଲଟିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.