ଖଟିଆରେ ବୁହାହେଲେ ରୋଗୀ, ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ

Published By : Prameya-News7 Bureau | September 11, 2019 IST

ଉମରକୋଟ ୧୧।୯: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ବାଲିପଟା ଗାଁରେ ଖଟିଆରେ ବୁହାହେଲେ ରୋଗୀ । ରାସ୍ତା ଖରାପ ଯୋଗୁଁ ଜଣେ ବୃଦ୍ଧାଙ୍କୁ ଖଟିଆରେ ବୁହା ହୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ମାଣିକ ସାନ୍ତଙ୍କୁ ଖଟିଆରେ ଦୁଇ କିଲୋମିଟର ବୁହା ହେଲା ପରେ ଏକ ଅଟୋ ସାହାଯ୍ୟରେ ତାଙ୍କୁ ଅଣାଯାଇ ନିକଟସ୍ଥ ସୁନାବେଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

{"id":156075}

ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ରାସ୍ତା ସମସ୍ୟା ନେଇ ବାଲିପାଟା ଗାଁ ଲୋକେ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କିଛି ଲାଭ ହେଉନି । ଯଦି କେହି ରୋଗରେ ଆକ୍ରାନ୍ତ ହେଲେ କିମ୍ବା ଗର୍ଭବତୀ ମହିଳାମାନଙ୍କୁ ଚିକିତ୍ସାଳୟ ନେବାକୁ ହେଲେ ବହୁତ ଅସୁବିଧାରେ ଖଟିଆରେ ବୋହି ନେବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.