ଜନନୀ ଯନ୍ତ୍ରଣା : ଖରାପ ହେଲା ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ

Published By : Prameya-News7 Bureau | August 27, 2020 IST

ଉମରକୋଟ ୨୭।୮: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ଏପରି ଘଟଣା ସାମ୍ନାକୁ ଆସିଛି ଉମରକୋଟ ବ୍ଲକରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଖାଣ୍ଡା ପଞ୍ଚାୟତର ଦେଓପୁର ଗାଁରେ ।

{"id":320772,"sizeSlug":"large"}

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ଦେଓପୁର ଗାଁର ଅମିତା ସାନ୍ତାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ଫଳରେ ପରିବାର ଲୋକେ ଆଶା ଦିଦିଙ୍କ ସହାୟତାରେ ୧୦୮କୁ ଫୋନ୍ କରିଥିଲେ । ୧୦୮ ପହଞ୍ଚିଲା ମାତ୍ର ଗାଡି ଖରାପ ହେବା ଫଳରେ ଗର୍ଭବତୀ ମହିଳା ଯନ୍ତ୍ରଣା ସହି ନପାରି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

{"id":320773,"sizeSlug":"large"}

ଉଭୟ ମା' ଓ ଶିଶୁଙ୍କ ସ୍ବାସ୍ଥ୍ୟ ଭଲ ନଥିବାରୁ ପ୍ରବଳ ବର୍ଷାରେ ଖଟିଆରେ ପ୍ରସୂତୀଙ୍କୁ ବୋହି ନେଲେ ପରିବାରଲୋକ । କିଛି ବାଟ ଗଲା ପରେ ପୁଣି ୧୦୮ ଆମ୍ବୁଲାନ୍ସରେ ଉମରକୋଟ ମେଡିକାଲକୁ ଅଣାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.