ଖଟିଆରେ ବୁହାହେଲେ ରୋଗୀ, ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ
29/12/2019 at 2:36 PM

କଳାହାଣ୍ଡି ୨୯।୧୨: ପୁଣି ଖଟିଆରେ ବୁହା ହେଲେ ରୋଗୀ । ମଦନପୁର ରାମପୁର ବ୍ଲକ୍ ବାଡାପଦର ଗାଁରୁ ମାର୍ଦାଝୋର ପ୍ରାୟ ୭ କି.ମି. ପ୍ରସୂତୀଙ୍କୁ ଭାରରେ ବୋହିଥିଲେ ପରିବାର ଲୋକ ।

ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା । ପରେ ମାର୍ଦାଝୋରରୁ ଆମ୍ବୁଲାନ୍ସ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପହଂଚାଇଥିଲା । ସେଠାରେ ପ୍ରସୂତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021