ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ରୋଗୀ

Published By : Prameya-News7 Bureau | September 04, 2019 IST

ଚୌଦ୍ବାର ୪୯: ସ୍ବାସ୍ଥ୍ୟ ବ୍ୟବସ୍ଥାର ରୁଗଣ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲାରେ । ଜିଲ୍ଲାର ଟାଙ୍ଗି ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ କରଞ୍ଜି ପଂଚାୟତର ହାଣ୍ଡି ଧୁଆ ଗ୍ରାମରେ ଜଣେ ବୃଦ୍ଧା ରୋଗୀଙ୍କୁ ଖଟିଆରେ ବୋହି ନିଆଯାଇଛି । ଗ୍ରାମକୁ ରାସ୍ତା ନଥିବାରୁ ବାଇକ୍ କିମ୍ବା ଆମ୍ବୁଲାନ୍ସ ଯାଇପାରୁନଥିବାରୁ ଏପରି ଖଟିଆରେ ବୁହାଯାଇଛି ରୋଗୀଙ୍କୁ ।

{"id":152930}

ବର୍ଷା ଦିନରେ ପାଦରେ ମଧ୍ୟ ଚାଲିକରି ଯିବା କଷ୍ଟକର ହୋଇପଡ଼ିଥାଏ । ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ କାନ୍ଧରେ ନଚେତ୍ ଖଟିଆରେ ବୋହି ଡାକ୍ତରଖାନାକୁ ନେବା ଏଠାରେ ଏକ ସାଧାରଣ ଘଟଣା। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୩୫ କିଲୋମିଟର ତଥା ଟାଙ୍ଗି ଚୌଦ୍ବାର ବ୍ଲକ୍ କାର୍ଯ୍ୟାଳୟରୁ ମାତ୍ର ୧୫ କିଲୋମିଟର ଦୂରରେ ଏଭଳି ଅପହଞ୍ଚ ଇଲାକା ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.