Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ରୋଗୀ ; ଅଧା ବାଟରେ ଚାଲିଗଲା ଜୀବନ

15/08/2020 at 10:05 AM

ବରଗଡ ୧୫।୮: ପୁଣି ଖଟିଆରେ ବୁହାହେଲେ ରୋଗୀ । ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ବୁଗବୁଗା ପଞ୍ଚାୟତର କଣ୍ଟାତଲ ଗ୍ରାମଠାରୁ ପତ୍ରାପାଲି ପର୍ଯ୍ୟନ୍ତ ଦେଢ କିଲୋମିଟର ରାସ୍ତା ଅତି ଶୋଚନୀୟ ହୋଇଥିବାରୁ ୧୦୮ ଆମ୍ବୁଲାନ୍ସ ଗାଁକୁ ଯାଇପାରିନଥିଲା ।

ଫଳରେ କଣ୍ଟାତଲ ଗ୍ରାମର ଜଣେ ରୋଗୀକୁ ଖଟିଆରେ ବୋହି ଆମ୍ବୁଲାନ୍ସକୁ ନିଆଯାଇଥିଲା । ମାତ୍ର ଡାକ୍ତରଖାନା ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ କଣ୍ଟାତଲ ଗ୍ରାମର ସେନାପତି ଝାଙ୍କର ।

ପୂର୍ବରୁ ସେ କିଡନୀଜନିତ ରୋଗରେ ଆକ୍ରାନ୍ତ ଥିବାବେଳେ ଗତକାଲି ହଠାତ୍ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ମାତ୍ର ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରିନଥିଲା । ଯାହା ଫଳରେ ଗ୍ରାମବାସୀ ଖଟିଆରେ ବୋହି ତାଙ୍କୁ ଦେଢ କି.ମି. ରାସ୍ତା ପାର କରି ଆମ୍ବୁଲାନ୍ସକୁ ନେଇଥିଲେ । ତେବେ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

   Related Posts