Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରଗଡରେ ଆସିପାରିଲାନି ଆମ୍ବୁଲାନ୍ସ ; ଖଟରେ ବୁହାହେଲେ ରୋଗୀ

27/08/2018 at 2:08 AM

ବରଗଡ଼ ୨୭/୮ : ପୁଣି ଖଟରେ ବୁହାହେଲେ ରୋଗୀ । ବରଗଡ଼ ପଦ୍ମପୁର ଟିଠେଇଡୁଙ୍ଗରୀ ଗାଁ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁର ରେବତୀ ବଢେଇ ଝାଡାବାନ୍ତରେ ଗୁରୁତର ହୋଇପଡ଼ିଥିଲେ । ପରିବାରଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲା । ହେଲେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିନଥିଲା । ତେଣୁ ଗାଁ ଲୋକେ ବର୍ଷାରେ ଭିଜି ଭିଜି ରେବତୀଙ୍କୁ ଖଟରେ ବୋହି ବୋହି ଗୋଟେ କିଲୋମିଟର ଆଣିଥିଲେ । ପରେ ଆମ୍ବୁଲାନ୍ସରେ ଆଣି ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ରେବତୀଙ୍କୁ ।

   Related Posts