ଆସିଲାନି ଆମ୍ବୁଲାନ୍ସ, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

Published By : Prameya-News7 Bureau | January 12, 2020 IST

ବାଲିଗୁଡା ୧୨।୧: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ସୁଶାଭଟା ଗାଁରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର କୃଷ୍ଣ ମାଝୀ ତାଙ୍କ ସ୍ତ୍ରୀ ନିଅମ ଦେଇ ଗର୍ଭଜନିତ ଯନ୍ତ୍ରଣା ଅନୁଭବ କରିଥିଲେ । ଆଶା ଦିଦି ଫୋନ୍ କରିଥିଲେ ସୁଦ୍ଧା ଆମ୍ବୁଲାନ୍ସ ଆସିନଥିଲା । ଫଳରେ ମିୟମଙ୍କ ସ୍ବାମୀ ଖଟରେ ଭାରା କରି ପ୍ରାୟ ୩ କିଲୋମିଟର ବୁହାଇ ନେଇଥିଲେ ।

{"id":210050,"sizeSlug":"large"}

ନିଅମ ଦଜେଇଙ୍କ ସ୍ବାମୀ, ଦିଅର ଏବଂ ଆଶା ଦିଦି ଖଟ ଭାରାରେ ବୁହାଇ ଆଣିଥିଲେ । ଏହାପରେ ଏକ ଅଟୋକୁ ୧୨ ଶହ ଟଙ୍କା ଭଡା ଦେଇ ତୁମୁଡିବନ୍ଧ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ସେ ସୁସ୍ଥ ଥିବା ବେଳେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ତେବେ ରାସ୍ତା ନଥିବାରୁ ଗାଁକୁ ଗାଡି ଆସିପାରୁନଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.