Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଖଟିଆରେ ବୁହା ହେଲେ ରୋଗୀ ; ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

6/10/2018 at 9:19 AM

ବାଲେଶ୍ବର ୬|୧୦:   ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ଗୋଡିଖୁଲା ଅଞ୍ଚଳରେ ଏମିତି ଚିତ୍ର ସାମ୍ନାକୁ ଆସିଛି । ରାସ୍ତା ଖରାପ ଯୋଗୁଁ ଔପଦ ବ୍ଲକ୍ ଗୁଡିଖୋଲା ଗାଁର ବିନ୍ଧାଣିସାହିକୁ ଆସିପାରିଲାନି ଆମ୍ବୁଲାନ୍ସ । ୨ କିଲୋମିଟର ଖଟିଆରେ ବୁହା ହେଲା ପରେ ଆମ୍ବୁଲାନ୍ସରେ ମେଡିକାଲ ଆସିଲେ ରୋଗୀ ।

ସୂଚନା ଅନୁସାରେ ଗାଁର ଜଳନ୍ଧର ବିନ୍ଧାଣିଙ୍କ ପୁଅ ବସନ୍ତଙ୍କ ହଠାତ୍ ଦେହ ଖରାପ ହୋଇଥିଲା । ସେ ଚେତାଶୂନ୍ୟ ହୋଇପଡିଥିଲେ । ଘର ଲୋକେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ତେବେ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଆସିପାରିନଥିଲା । ତାଙ୍କୁ ୨ କିଲୋମିଟର ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ଅଣାଯାଇଥିଲା । ଏହି ଗାଁରେ ୨୦୦ରୁ ଅଧିକ ଲୋକ ରାସ୍ତା ପାଇଁ ନାନା ହିନସ୍ତା ହେଉଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ଏଥିପ୍ରତି ପ୍ରଶାସନର ନଜର ପଡୁନି ।

   Related Posts