ପୁଣି ଖଟିଆରେ ବୁହାହେଲେ ରୋଗୀ, ରାସ୍ତା ଖରାପ ଯୋଗୁଁ ଯାଇପାରିଲାନି ଆମ୍ବୁଲାନ୍ସ

Published By : Prameya-News7 Bureau | August 02, 2020 IST

ଯାଜପୁର ୨।୮: ପୁଣି ଖଟିଆରେ ବୁହାହେଲେ ରୋଗୀ । ରାସ୍ତା ଖରାପ ଯୋଗୁଁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ବସିରା ଗାଁରେ ।

{"id":308760,"sizeSlug":"large"}

ସୂଚନାଯୋଗ୍ୟ ଯେ, ବସିରା ଗାଁ ଚତୁରୀ ସାହିରେ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧ ସୁନାରାମ ମୁଣ୍ଡାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ଅପରାହ୍ନ ୪ଟା ୪୦ମିନିଟ୍ ରେ ଗୁରୁତର ସୁନାରାମଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ତେବେ ଗାଁରେ ରାସ୍ତା ଖରାପଥିବାରୁ ଚତୁରୀ ସାହି ପର୍ଯ୍ୟନ୍ତ ଯାଇପାରି ନଥିଲା ଆମ୍ବୁଲାନ୍ସ । ୨ କି.ମି. ପୂର୍ବରୁ ରଜିଆ ବନ୍ଧ ନିକଟରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ବାଧ୍ୟ ହୋଇ ୧୦୮ ଆମ୍ବୁଲାନ୍ସର ୩ ଜଣ କର୍ମଚାରୀ, ଅମରନାଥ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଉତ୍କଳ ମହାନ୍ତ ଚାଲିଚାଲି ଚତୁରୀ ସାହିକୁ ଯାଇ ଅସୁସ୍ଥ ସୁନାରାମଙ୍କୁ ପରିବାର ଲୋକଙ୍କ ସହାୟତାରେ ଖଟିଆରେ ୨ କି.ମି. ପର୍ଯୟନ୍ତ ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ।

{"id":308761,"sizeSlug":"large"}

ଦୀର୍ଘ ଦିନ ହେବ ବସିରା ଗାଁର ଏହି ରାସ୍ତା କାଦୁଅ ଓ ଖାଲଖମାରେ ପୁରି ରହିଛି । ବାରମ୍ବାର ଅଭିଯୋଗ ପରେ ବି ରାସ୍ତା ନିର୍ମ।ଣ କରାଯାଉ ନଥିବାରୁ ଲୋକଙ୍କ ମଧ୍ୟରେ  ଅସନ୍ତୋଷ ଦେଖାଦେଇଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.